ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ସୂଚନା ଅଧିକାର କର୍ମୀ। ସୂଚନା ଅଧିକାରୀ କର୍ମୀ ରଞ୍ଜନ ଦାସଙ୍କ ମୃତ୍ୟୁ ଘଟଣାକୁ ପୋଲିସ ଜାଣିଶୁଣି ଦୁର୍ଘଟଣାର ରୂପ ଦେଉଛି ବୋଲି ଅଭିଯୋଗ କରି ଶତାଧିକ କର୍ମୀ ଗୁରୁବାର ଏହି ଘେରାଉ କରିଛନ୍ତି।ରଞ୍ଜନଙ୍କ ମୃତ୍ୟୁକୁ ୨୬ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅପରାଧୀଙ୍କୁ ଧରିବାକୁ ସେଭଳି ଠୋସ୍ ପୋଲିସ୍ ପଦକ୍ଷେପ ଗ୍ରହଣ କରିନି। ଏଥିସହିତ ପୋଲିସ ଜାଣିଶୁଣି ଏହି ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦେଉଛି ବୋଲି ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ମାଣିକପୁର ଗାଁ’ର ରଞ୍ଜନ ଦାସ ଜଣେ ସୂଚନା ଅଧିକାର କର୍ମୀ ଥିଲେ। ଗତ ଜାନୁଆରି ୩୧ ତାରିଖ ରାତିରେ ମାର୍ଶାଘାଇ ଥାନା ହଳଦିଆ ନିକଟରୁ ରଞ୍ଜନଙ୍କ ମୃତଦେହ ଠାବ କରାଯାଇଥିଲା। ପାରିପ୍ୱାର୍ଶିକ ସ୍ଥିତିରୁ ଏହା ହତ୍ୟାକାଣ୍ଡ ଭଳି ଦେଖାଯାଉଥିଲେ ମଧ୍ୟ ପୋଲିସ୍ ଏହାକୁ ଦୁର୍ଘଟଣାର ରୂପ ଦେଉଛି ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ।ଗୁରୁବାର ଏହି ଘଟଣାର କ୍ରାଇମବ୍ରାଞ୍ଚ୍ ତଦନ୍ତ ସହିତ ଆନ୍ଦୋଳନକାରୀମାନେ ଏସପି ନିତିଶେଖରଙ୍କୁ ଭେଟିଛନ୍ତି। ଏହାପୂର୍ବରୁ ମଧ୍ୟ ସେମାନେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବିକରି ରାଜ୍ୟ ପୋଲିସ ଡିଜିଙ୍କୁ ମଧ୍ୟ ଭେଟିଥିଲେ।

Comment