ଓଡ଼ିଶାଲାଇଭ୍ ବ୍ୟୁରୋ

ଚାନ୍ଦିପୁର ଡିଆରଡିଓ ଗୋପନୀୟ ତଥ୍ୟ ଲିକ୍ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ଏନେଇ ବୁଧବାର ଡିଜିପିଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚର ଏକ ଟିମ୍ ଏହି ଦାୟିତ୍ଵ ନେଇଥିବା ଟୁଇଟ କରି ସୂଚନା ଦେଇଛି। ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଅତିରିକ୍ତ ଏସପି ପ୍ରଶାନ୍ତ ବିଷୋୟୀଙ୍କ ନେତୃତ୍ଵରେ ଏହି ଟିମ୍ ଗଠନ କରାଯାଇଛି।

ଚାନ୍ଦିପୁର ଘଟଣାର ତଦନ୍ତ ବାଲେଶ୍ଵର ପୋଲିସ କରୁଥିବାବେଳେ, ଆଜି ଏହି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି। ତେଣୁ ଏସପି ପ୍ରଶାନ୍ତ ବିଷୋୟୀଙ୍କ ନେତୃତ୍ଵରେ ୪ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ବାଲେଶ୍ଵର ଯାଇଛନ୍ତି।

ସୂଚନା ଥାଉକି, ଡିଆଡିଓର ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଲିକ୍ ଘଟଣାରେ ମଙ୍ଗଳବାର ଦିନ ବାଲେଶ୍ଵର ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତମାନେ ସମସ୍ତେ ସେଠାରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ପୂର୍ବରୁ ୨୦୧୫ ମସିହାରେ ଏହିଭଳି ଘଟଣା ଘଟିଥିଲା। ଈଶ୍ଵର ବେହେରା ନାମକ ଜଣେ ଫଟୋଗ୍ରାଫରକୁ ଗିରଫ କରାଯାଇଥିଲା।

Comment