ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପରସୋନିକ କ୍ରିଜ୍‌ ମିସାଇଲ ‘ବ୍ରହ୍ମୋସ’ର ଆଜି ବ୍ୟାବହାରିକ ପରୀକ୍ଷଣ ହୋଇଛି। ବାଲେଶ୍ୱର ଚାନ୍ଦୀପୁର କ୍ଷେପଣାସ୍ତ୍ର ଘାଟିରେ ସକାଳ ୧୦ଟା ୨୭ରେ ୩ ନମ୍ବର ଲଞ୍ଚ୍‌ ପ୍ୟାଡରୁ ପରୀକ୍ଷଣ କରାଯାଇଛି।

ଭାରତୀୟ ପ୍ରତିରକ୍ଷା ବିକାଶ ସଂଗଠନ (ଡ଼ିଆରଡ଼ିଓ) ଏବଂ ରୁଷିଆର ଏନପିଓଏମର ମିଳିତ ସହଯୋଗ ଏବଂ ମିଳିତ ବୈଷୟିକ ଜ୍ଞାନକୋଶଳରେ ଏହି କ୍ଷେପଣାସ୍ତ୍ର ନିର୍ମିତ ହୋଇଛି।

ଏହି ମିସାଇଲ ବିଶେଷତା ହେଉଛି ଏହା ୪୫୦ରୁ ୬୦୦ କିଲୋମିଟର ପର୍ଯ୍ୟନ୍ତ ଶତ୍ରୁପକ୍ଷର ଲକ୍ଷ୍ୟ ଭେଦ କରିପାରିବ। ଏହା ଉଭୟ ନୌସେନା ଓ ବାୟୁସେନାରେ ସାମିଲ ହୋଇପାରିବ।

Comment