ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟର ୨ଟି ଉପନିର୍ବାଚନ ତଥା ବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ ଶୁକ୍ରବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା ୧୬ ତାରିଖ ଯାଏଁ ଚାଲିବ।

ପ୍ରାର୍ଥିପତ୍ର ଦାଖଲ ପାଇଁ ପୂର୍ବାହ୍‌ଣ ୧୧ଟାରୁ ଅପରାହ୍‌ଣ ୩ଟା ଭିତରେ ସମୟ ନିର୍ଦ୍ଦାରଣ କରାଯାଇଛି। ଏହାପରେ ୧୭ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟେବାର ୧୯ ରହିଛି। ନଭେମ୍ବର ୩ରେ ଭୋଟ ଗ୍ରହଣ କରାଯିବ। ୧୦ ତାରିଖରେ ଭୋଟ ଗଣତି ହେବ।

କୋଭିଡ କଟକଣା ଭିତରେ ସୁରୁଖୁରରେ ନିର୍ବାଚନ ପରିଚାଳନା ପାଇଁ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। କରୋନା ଆକ୍ରାନ୍ତ ମଧ୍ୟ ଭୋଟ ଦେଇପାରିବେ। ଶେଷ ୧ ଘଣ୍ଟାରେ ସେମାନଙ୍କ ଭୋଟ ଦେବା ପାଇଁ ବ୍ୟବସ୍ଥା କରାଯିବ। ବାଲାଟ ପେପରରେ ସେମାନେ ମତଦାନ କରିବେ ବୋଲି ଜଣାପଡ଼ିଛି।

Comment