ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳାମାନେ ମା’ ହେବା ପାଇଁ ଏଣିକି ଏକ ନିର୍ଦ୍ଦିଷ୍ଟ ବୟସ ସୀମା ରହିବ। ଅର୍ଥାତ ଏକ ନିର୍ଦ୍ଦିଷ୍ଟ ବୟସ ଅତିକ୍ରାନ୍ତ ନକରିବା ପର୍ଯ୍ୟନ୍ତ ମହିଳାମାନେ ମା’ ହୋଇପାରିବେ ନାହିଁ। କେନ୍ଦ୍ର ସରକାର ଏନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଶନିବାର ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ସେ କହିଥିଲେ ଯେ ପୂର୍ବରୁ ଦେଶରେ ମହିଳାମାନଙ୍କର ବିବାହ ନେଇ ବୟସ ନିର୍ଦ୍ଧାରଣ କରାଯାଇଛି। ବର୍ତ୍ତମାନ ସରକାର ମହିଳାମାନଙ୍କର ମା’ ହେବାର ବୟସ ନିର୍ଦ୍ଧାରଣ କରିବ। ମହିଳାମାନଙ୍କ ଏହି ବୟସ ନିର୍ଦ୍ଧାରଣ କରିବା ପାଇଁ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସର ଗଠନ କରାଯିବ। ଏହି ଟାସ୍କ ଫୋର୍ସ ଆଗାମୀ ୬ ମାସ ମଧ୍ୟରେ ନିଜର ରିପୋର୍ଟ ପ୍ରଦାନ କରିବ। ଏହାପରେ ମହିଳାମାନଙ୍କ ମା’ ପାଇଁ ନିର୍ଦ୍ଦିଷ୍ଟ ହୋଇଥିବା ବୟସକୁ ସମସ୍ତଙ୍କୁ ଜଣାଇଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ‘ବେଟୀ ବଚାଓ ବେଟୀ ପଢ଼ାଓ’ ଯୋଜନାକୁ ସାରା ଦେଶରେ ଅଦ୍ଭୁତ ସମର୍ଥନ ମିଳିଛି। ଏହି ଯୋଜନାରେ ୧୦ କୋଟି ପରିବାରକୁ ନ୍ୟୁଟ୍ରିସନ ବିଷୟରେ ସଚେତନ କରାଯାଇଛି। ଏଥସହିତ ୬ ଲକ୍ଷ ଅଙ୍ଗନୱାଡ଼ି କର୍ମୀଙ୍କୁ ସ୍ମାର୍ଟଫୋନ୍ ଯୋଗାଇ ଦିଆଯାଇଛି ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here