ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଗୌତମନଗର ପ୍ରଥମ ଲେନରେ ଥିବା ଏକ ତେଲ ଗୋଦାମ ଉପରେ ଟାଉନ ପୋଲିସ ଚଢ଼ାଉ କରିଛି। ଗୋଦାମରେ ବେଆଇନ ଭାବେ ନିମ୍ନ ମାନର ତେଲ ପ୍ୟାକିଂ କରାଯାଇ ସହରରେ ବିକ୍ରି କରାଯାଉଥିବା ଅଭିଯୋଗରେ ପୋଲିସ ସେହି ଗୋଦାମ ଉପରେ ଚଢ଼ାଉ କରିଥିଲା।

ଚଢ଼ାଉରେ କେତେକ ତେଲ ପ୍ୟାକେଟ ଏବଂ ନଥିପତ୍ର ଜବତ ହୋଇଛି। ଜବତ ତେଲକୁ ଜନସ୍ଵାସ୍ଥ୍ୟ ଅଧିକାରୀ ଓ ଖାଦ୍ୟ ସୁରକ୍ଷା ଅଧିକାରୀକୁ ହସ୍ତାନ୍ତର କରାଯାଇଛି। ଏହାସହ ଏହାର ନମୁନାକୁ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି।

ରିପୋର୍ଟ ଆସିବା ପରେ ରିପୋର୍ଟ ଅନୁଯାୟୀ ଗୋଦାମ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।

LEAVE A REPLY

Please enter your comment!
Please enter your name here