ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚିଲିକା ମଝିରେ ଡଙ୍ଗା ବୁଡ଼ି ଘଟଣା ପରେ ମଙ୍ଗଳବାରଠୁ ସମସ୍ତ ଡଙ୍ଗାର କାଗଜପତ୍ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେଉଛି। ଡଙ୍ଗାର ଫିଟନେସ୍‌ ଅଛି କି ନାହିଁ? ଡଙ୍ଗା ଚାଳକଙ୍କ ଲାଇସେନ୍ସ ଅଛି କି ନାହିଁ? ତାହା ଯାଞ୍ଚ୍‌ ହେଉଛି। ମଙ୍ଗଳବାର ଚନ୍ଦ୍ରାପୁଟରୁ ସମସ୍ତ ଡଙ୍ଗାର ଫିଟନେସ୍‌ ସହ କାଗଜପତ୍ରର ଯାଞ୍ଚ୍‌ କରାଯାଇଛି। ମତ୍ସ୍ୟ ବିଭାଗର ଡିଏଫ୍‌ଓଙ୍କ ତତ୍ତ୍ୱାବଧାନରେ ଏହି ଯାଞ୍ଚ ପ୍ରକ୍ରିୟା ଚାଲିଛି।

ଗତ ରବିବାର ମା’ କାଳୀଜାଈଙ୍କ ପୀଠରେ ମାନସିକ ଭୋଜି କରିବା ପାଇଁ ଶ୍ରଦ୍ଧାଳୁମାନେ ଏକ ଘରୋଇ ମାଛଧରା ଡଙ୍ଗାରେ ବଡ଼କୂଳ ଜେଟି ନିକଟରୁ ଯାଇଥିଲେ। ଭୋଜି ସାରି ଫେରୁଥିବାବେଳେ ବଡ଼କୂଳ ଓ କାଳିଜାଈ ମଧ୍ୟବର୍ତ୍ତୀ ଗଣ୍ଡରେ ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ହଠାତ୍ ଜୋରରେ ପବନ ବହିଥିଲା।

ଫଳରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା। ଲୋକମାନଙ୍କ ଚିତ୍କାର ଶୁଣି ପାଖରେ ଥିବା କେତେଜଣ ମତ୍ସ୍ୟଜୀବୀ ସେମାନଙ୍କୁ ଉଦ୍ଧାର କରିଥିଲେ।

Comment