ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି କୋରୋନା ଭାଇରସ। ମଙ୍ଗଳବାର କଟକ ଏସ୍‌ସିବିରେ ପୁଣି ଜଣେ କୋରୋନା ସନ୍ଦିଗ୍ଧଙ୍କୁ ଭର୍ତ୍ତି କରାଯାଇଛି। ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ସୂଚନା ମିଳିଛି।

ସେ ହଂକଂର ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରୁଥିଲେ। ଜାନୁଆରି ୨୪ରେ ଓଡ଼ିଶା ଆସିଥିଲେ।

ଚୀନ ଓ କୋରୋନା ସଂକ୍ରମିତ ଦେଶରୁ ଫେରିଥିବା ୨୫ ଜଣଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଅବଜରବେସନ୍‌ରେ ରଖାଯାଇଛି। ସେଥିମଧ୍ୟରୁ ୫ ଜଣଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି।

କୋରୋନା ଭୂତାଣୁ ଯୋଗୁଁ ସ୍ଵାସ୍ଥ୍ୟ ବିଭାଗ ସଜାଗ ରହିଥିବା ବେଳେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି।

କୋରୋନା ଭୂତାଣୁକୁ ନେଇ ସାରା ବିଶ୍ଵବାସୀ ଆତଙ୍କିତ ଅଛନ୍ତି। ଏଥିରେ ମୃତକଙ୍କ ସଂଖ୍ୟା ୪୯୨ରେ ପହଞ୍ଚିଛି। ଏପର୍ଯ୍ୟନ୍ତ ୨୫ଟି ଦେଶରେ ଏହି ଭୂତାଣୁ ବ୍ୟାପି ସାରିଛି।

Comment