ଓଡ଼ିଶାଲାଇଭ୍ ବ୍ୟୁରୋ

ଜେଏନୟୁର ପୂର୍ବତନ ଛାତ୍ରନେତା କହ୍ନେୟା କୁମାର ଆହତ। ବୁଧବାର କିଛି ଲୋକ ତାଙ୍କ ଉପରକୁ ପଥର ମାଡ଼ କରିବା ଦ୍ୱାରା ସେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

କହ୍ନେୟା ବୁଧବାର ବିହାରର ଏକ ରାଲିରେ ଯୋଗଦେଇ ଫେରୁଥିଲେ। ଏହି ସମୟରେ କିଛି ଲୋକ ହଠାତ୍ ତାଙ୍କ ଗାଡ଼ି ଉପରକୁ ପଥର ମାଡ଼ କରିଥିଲେ। ଏଥିରେ ତାଙ୍କ ଡ୍ରାଇଭର ଓ ସେ ଆହତ ହୋଇଛନ୍ତି। ତେବେ ତାଙ୍କର ଅବସ୍ଥା ଏବେ କିଭଳି ଅଛି ସେ ସମ୍ବନ୍ଧରେ ସଠିକ୍ ସୂଚନା ମିଳିପାରିନାହିଁ।

ସେ କେନ୍ଦ୍ର ସରକାରଙ୍କ ସିଏଏ ଓ ଏନଆରସିକୁ ବିରୋଧ କରୁଥିବାରୁ ତାଙ୍କ ଉପରେ ଏହି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି।

କହ୍ନେୟା କୁମାର ହେଉଛନ୍ତି ଦିଲ୍ଲୀ ଜେଏନୟୁର ପୂର୍ବତନ ଛାତ୍ର ସଭାପତି। ବର୍ତ୍ତମାନ ସେ ଜଣେ ବାମପନ୍ଥୀ ନେତା ଭାବରେ ବେଶ ପରିଚିତି ହାସଲ କରିଛନ୍ତି।

Comment