ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିଏଏ ନିଆଁ ଓ କୋରାନା ଭାଇରସ ଦିଲ୍ଲୀ ସରକାରଙ୍କ ଚିନ୍ତା ବଢ଼ାଇଛି। ଏନେଇ ମଙ୍ଗଳବାର ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ। ଫେବ୍ରୁଆରି ୧୬ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲା ପରେ ପ୍ରଥମ ଥର ଲାଗି ମୋଦୀଙ୍କୁ ଭେଟିଛନ୍ତି କେଜରିଓ୍ୱାଲ।

ଏହି ସାକ୍ଷାତକାରରେ ମୋଦୀଙ୍କ ସହ ଦିଲ୍ଲୀ ହିଂସା ଓ କେରୋନା ଭାଇରସ ସମ୍ପର୍କରେ ଆଲୋଚନା କରିବା ସହ କେନ୍ଦ୍ରର ସହଯୋଗ ମାଗିଥିବା କହିଛନ୍ତି କେଜରିଓ୍ୱାଲ।

ଏଥିସହ ଦିଲ୍ଲୀ ହିଂସାରେ ଯେଉଁମାନେ ଦୋଷୀ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି କେଜରିଓ୍ୱାଲ। ସେହିପରି ସୋମବାର ଦିଲ୍ଲୀରେ ଜଣେ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କିଭଳି କୋରୋନା ମୁକାବିଲା କରାଯିବ ସେନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି।

Comment