ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ସବରେଜିଷ୍ଟ୍ରାର କାର୍ଯ୍ୟାଳୟ ପରିସରରେ ଇ-ଷ୍ଟାମ୍ପିଂ ବିକ୍ରୟ କେନ୍ଦ୍ରର ଶୁଭାରମ୍ଭ ହୋଇଛି। ମୁଖ୍ୟ ଅତିଥି ରୂପେ ରାୟଗଡା ସବରେଜିଷ୍ଟ୍ରାର ପ୍ରତାପ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମରେ ଯୋଗ ଦେଇ ବୁଧବାର ନୂତନ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି।

ଏହି ବ୍ୟବସ୍ଥା ଦ୍ୱାରା ଜମିଜମା କ୍ରୟ ବିକ୍ରୟ ସମୟରେ ଏହି ଇ-ଷ୍ଟାମ୍ପିଂ ବ୍ୟବସ୍ଥା ଲୋକଙ୍କୁ ସୁବିଧା ଯୋଗାଇବା ସହ ସରକାରଙ୍କ ରାଜସ୍ୱ ଆଦାୟରେ ସ୍ୱଚ୍ଛତା ଆସିପାରିବ। ଏଥିସହ ସହଜରେ କୌଣସି ଅସାଧୁ ବ୍ୟକ୍ତି ଏହି ଷ୍ଟାମ୍ପର ନକଲ କରିପାରିବେ ନାହିଁ।

ଉକ୍ତ ଷ୍ଟାମ୍ପ୍ ହଜିଲେ ସହଜରେ ଏହା ମିଳିପାରିବ। ଦେଶର ୨୧ଟି ରାଜ୍ୟରେ ଇ-ଷ୍ଟାମ୍ପିଂର ବ୍ୟବସ୍ଥା ହୋଇଥିବା ବେଳେ ଓଡ଼ିଶାରେ ରାୟଗଡ଼ା ଜିଲ୍ଲାକୁ ମିଶାଇ ୨୨ଟି ସ୍ଥାନରେ ଇ-ଷ୍ଟାମ୍ପିଂ ବିକ୍ରୟ କେନ୍ଦ୍ର ଖୋଲାଯାଇଛି। ଇ-ଷ୍ଟାମ୍ପିଂ ବ୍ୟବସ୍ଥାର ଆଞ୍ଚଳିକ ମ୍ୟାନେଜର ବିପିନବିହାରୀ ସାହୁ, କଟକ ଶାଖା ପ୍ରବନ୍ଧକ ଅକ୍ଷୟ କୁମାର ଚାନ୍ଦ ଓ ଏକଜିକ୍ୟୁଟିଭ୍‌ ମ୍ୟାନେଜର ବିଭୂ ପ୍ରସାଦ ଭୁତିଆଙ୍କ ଉଦ୍ୟମରେ ରାୟଗଡାଠାରେ ଇ-ଷ୍ଟାମ୍ପିଂ ବିକ୍ରୟ କେନ୍ଦ୍ର ଖୋଲା ଯାଇଥିବା ସୂଚନା ମିଳିଛି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/GdDI3XxY4zRF106ts2biAQ

Comment