ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ବିଷମ କଟକ ଥାନା ଚାଟିକୋଣା ଗ୍ରାମରେ ଓ ମୁନିଗୁଡ଼ା ଥାନା ବୁର୍ଷିଖମ୍ବା ଗ୍ରାମର ଦୁଇଟି ସ୍ଥାନରେ ଲାଗିଛି ମାଓ ବିରୋଧୀ ପୋଷ୍ଟର। ଡଙ୍ଗରିଆ ବିକାଶ ମଞ୍ଚ ନାମରେ ଏହି ହାତ ଲେଖା ପୋଷ୍ଟର ଲଗାଯାଇଛି।

ଏହି ପୋଷ୍ଟରରେ ନିୟମଗିରୀ ସୁରକ୍ଷା ସମିତି ନାମରେ ନିରୀହ ଡଙ୍ଗରିଆଙ୍କୁ ଠକିବା ବନ୍ଦ କରିବା, ନିୟମଗିରୀ ଅଞ୍ଚଳରେ ରାସ୍ତାଘାଟ ନିର୍ମାଣ ବନ୍ଦକୁ ବିରୋଧ, ରାସ୍ତାଘାଟ କାମରେ ନିୟୋଜିତ ଠିକାଦାରଙ୍କଠାରୁ ଅର୍ଥ ଆଦାୟ ବନ୍ଦ କରିବା, ବିକାଶ ପାଇଁ ଚେଷ୍ଟିତ ଯୁବ ବର୍ଗଙ୍କୁ ମାଓବାଦୀ ନାମରେ ମୃତ୍ୟୁ ଧମକ ଦେବା, ରାସ୍ତା କାମରେ ନିୟୋଜିତ ଗାଡ଼ିଘୋଡ଼ାକୁ ପୋଡ଼ିଦେବା କାର୍ଯ୍ୟକୁ ବନ୍ଦ କରିବା ପାଇଁ ଆହ୍ୱାନ ଦେବାସହ ନିୟମଗିରୀ ଭଳି ପଛୁଆ ଅଞ୍ଚଳରେ ବିକାଶ ପାଇଁ ଡଙ୍ଗରିଆ ବିକାଶ ମଞ୍ଚକୁ ସହଯୋଗ କରିବା ପାଇଁ ଆହ୍ୱାନ ଦିଆଯାଇଛି।

Comment