ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ଆଇସିଏମ୍‌ଆର୍‌-ରିଜିଓନାଲ୍ ମେଡିକାଲ୍ ରିସର୍ଚ୍ଚ ସେଣ୍ଟର ଅଧୀନରେ ଏକ ପ୍ରୋଜେକ୍ଟରେ ୩ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରୋଜେକ୍ଟ ନିର୍ଦ୍ଦେଶକ ଡକ୍ଟର ସଙ୍ଘମିତ୍ରା ପତିଙ୍କ ଅଧୀନରେ ଏହା ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟକାରୀ ହେବ। ଏଥିପାଇଁ ଆସନ୍ତା ଫେବ୍ରୁଆରି ୧୩ ତାରିଖରେ ୱାକ୍‌ ନିନ୍‌ ଇଣ୍ଟରଭ୍ୟୁ ହେବାକୁ ଯାଉଛି।

ପଦବୀ ସଂଖ୍ୟା ଓ ସଂରକ୍ଷଣ

ସାଇଣ୍ଟିଷ୍ଟ୍‌ – ବି(ନନ୍‌-ମେଡିକାଲ) – ଓବିସି – ୧ଟି

ରିସର୍ଚ୍ଚ ଆସିଷ୍ଟାଣ୍ଟ – ସାଧାରଣ ବର୍ଗ – ୨ଟି, ଓବିସି – ୧

ଡାଟା ଏଣ୍ଟ୍ରି ଅପରେଟର/ଫିଲ୍‌ଡ ଇନ୍‌ଭେଷ୍ଟିଗେଟର– ଏସ୍‌ସି – ୧ଟି

ଶିକ୍ଷାଗତ ଯୋଗ୍ୟତା

ସାଇଣ୍ଟିଷ୍ଟ୍‌ – ବି (ନନ୍‌-ମେଡିକାଲ) – ୨ ବର୍ଷର ଅଭିଜ୍ଞତା ସହିତ ଲାଇଫ୍‌ ସାଇନ୍‌ସରେ ଫାଷ୍ଟ କ୍ଲାସ୍‌ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। କିମ୍ବା ସେକେଣ୍ଡ କ୍ଲାସ୍‌ ମାଷ୍ଟର ଡିଗ୍ରୀ ସହିତ ଉକ୍ତ ବିଷୟରେ ପିଏଚ୍‌ଡି ହାସଲ କରିଥିବା ଆବଶ୍ୟକ। କିମ୍ବା ଏକ ବର୍ଷର ଅଭିଜ୍ଞତା ସହ ବିଡିଏସ୍‌ କିମ୍ବା ବିଭିଏସ୍‌ସି ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ରିସର୍ଚ୍ଚ ଆସିଷ୍ଟାଣ୍ଟ – ୩ ବର୍ଷର ଅଭିଜ୍ଞତା ସହ ସ୍ୱୀକୃତପ୍ରାପ୍ତ ଅନୁଷ୍ଠାନରୁ ବାୟୋଲୋଜିକାଲ ସାଇନ୍‌ସରେ ସ୍ନାତକ ଲାଭ କରିଥିବା ଆବଶ୍ୟକ। କିମ୍ବା ବାୟୋଲୋଜିକାଲ ସାଇନ୍‌ସରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ଡାଟା ଏଣ୍ଟ୍ରି ଅପରେଟର/ଫିଲ୍‌ଡ ଇନ୍‌ଭେଷ୍ଟିଗେଟର – ସ୍ୱୀକୃତପ୍ରାପ୍ତ ଅନୁଷ୍ଠାନରୁ ବିଜ୍ଞାନରେ +୨ ପାସ୍‌ କରିଥିବା ଆବଶ୍ୟକ। ଏଥିସହିତ କମ୍ପ୍ୟୁଟରରେ ‘ଏ’ ଲେଭଲ ସାର୍ଟିଫିକେଟ୍‌ ରହିଥିବା ଆବଶ୍ୟକ। କିମ୍ବା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଲାଭ କରିଥିବେ। ଏହା ସହିତ ସ୍ୱୀକୃତପ୍ରାପ୍ତ ଅନୁଷ୍ଠାନରୁ ୩ ବର୍ଷର ଅଭିଜ୍ଞତା ଥିବ।

ବୟସ

ସାଇଣ୍ଟିଷ୍ଟ୍‌ – ବି(ନନ୍‌-ମେଡିକାଲ) – ୩୫ ବର୍ଷ

ରିସର୍ଚ୍ଚ ଆସିଷ୍ଟାଣ୍ଟ – ୩୦ ବର୍ଷ

ଡାଟା ଏଣ୍ଟ୍ରି ଅପରେଟର/ଫିଲ୍‌ଡ ଇନ୍‌ଭେଷ୍ଟିଗେଟର– ୨୮ ବର୍ଷ

ଦରମା

ସାଇଣ୍ଟିଷ୍ଟ୍‌ – ବି(ନନ୍‌-ମେଡିକାଲ) – ୪୮,୦୦୦ ଟଙ୍କା

ରିସର୍ଚ୍ଚ ଆସିଷ୍ଟାଣ୍ଟ – ୩୧,୦୦୦ ଟଙ୍କା

ଡାଟା ଏଣ୍ଟ୍ରି ଅପରେଟର/ଫିଲ୍‌ଡ ଇନ୍‌ଭେଷ୍ଟିଗେଟର– ୧୮,୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା ଓ ପଦବୀ ସଂପର୍କିତ ସବିଶେଷ ତଥ୍ୟ www.icmr.nic.in ରେ ଲଗଅନ୍ କରି ଆଗ୍ରହୀ ପ୍ରାର୍ଥୀ ଜାଣିପାରିବେ।

ସୌଜନ୍ୟ: ଚାକିରି ପ୍ଲସ୍‌

Comment