ଓଡ଼ିଶାଲାଇଭ୍ ବ୍ୟୁରୋ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୃର୍ଣ୍ଣିବଳୟର ପ୍ରଭାବରେ ଆଗାମୀ ଶନିବାର ଓ ରବିବାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ। ଏନେଇ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଗତକାଲିଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ କୋହଲା ପାଗ ଜାରି ରହିଛି। ଶନିବାରଠାରୁ ରାଜ୍ୟର ପୁରୀ, ଜଗତସିଂହପୁର, ଗଞ୍ଜାମ ଓ ସମ୍ବଲପୁରରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ସୋନପୁର, ବୌଦ୍ଧ, ଅନୁଗୁଳ ଓ ସମ୍ବଲପୁରରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇପାରେ।

ରାଜ୍ୟରେ ଶନିବାର ଓ ରବିବାର ବର୍ଷା ହେବା ପରେ ସୋମବାରଠାରୁ ପାଣିପାଗରେ ପରିବର୍ତ୍ତନ ଆସିବ। ଏହି ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ କେବଳ ଝିପଝିପ୍ ବର୍ଷା ହେବ ବୋଲି ଅନୁମାନ କରାଯାଉଛି।

Comment