ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନକୁ ଦିନ ରାଜ୍ୟରେ ସ୍ଵାଇନ୍‌ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୬ ଜଣ ସ୍ଵାଇନ୍‌ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ୩ ଜଣଙ୍କ ରକ୍ତ ନମୁନା ପଜିଟିଭ୍‌ ବାହାରିଛି। ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ରାଜଧାନୀର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ମହିଳା ଓ ଜଣେ ପୁରୁଷ। ଗୁରୁବାର କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜରେ ଜଣେ ବ୍ୟକ୍ତି ସ୍ୱାଇନ୍ ଫ୍ଲୁ ପଜିଟିଭ୍ ରହିଥିବା ସ୍ପଷ୍ଟ ହୋଇଥିଲା। ଗତ ଦୁଇ ଦିନରେ ୪ଜଣ ବ୍ୟକ୍ତି ସ୍ୱାଇନ୍ ଫ୍ଳୁରେ ଆକ୍ରାନ୍ତ ହୋଇଥିବା ବେଳେ ଗତ ମାସ ୨ଜଣ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇଥିଲେ।

ହଠାତ୍ ରାଜ୍ୟରେ ସ୍ୱାଇନ୍ ଫ୍ଲୁ ରୋଗୀଙ୍କ ସଂଖ୍ୟାକୁ ଦିନକୁ ଦିନ ବୃଦ୍ଧି ପାଇବା ଲୋକଙ୍କ ମଧ୍ୟରେ ଚିନ୍ତାରେ ପକାଇଛି।

Comment