ଓଡ଼ିଶାଲାଇଭ୍‌ ବ୍ୟୁରୋbimsteck

ପ୍ରାକୃତିକ ବିପର୍ଯ୍ୟୟରୁ ଓଡ଼ିଶାର ଐତିହ୍ୟ ଓ କୀର୍ତ୍ତିରାଜିକୁ କିଭଳି ସୁରକ୍ଷା ଦିଆଯାଇପାରିବ? ଏଥିପାଇଁ ବୁଧବାରଠୁ ବିମଷ୍ଟେକ ପକ୍ଷରୁ ରାମଚଣ୍ଡୀ ନଦୀମୁହାଣରେ ଦୁଇଦିନିଆ ମକ୍‌ଡ୍ରିଲରେ ଆରମ୍ଭ ହୋଇଛି। ଏହି ମକଡ୍ରିଲ ବିମେଷ୍ଟେକ ରାଷ୍ଟ୍ର ସମୂହର ପ୍ରତିନିଧି ସାମିଲ ହୋଇଛନ୍ତି।bimsteck

ଓଡ଼ିଶାରେ ଯେଉଁ ସବୁ କୀର୍ତ୍ତିରାଜି ରହିଛି ବିଶେଷ କରି ପୁରୀ, କୋଣାର୍କ ଭଳି ଐତିହ୍ୟ ସ୍ଥଳକୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ସୁରକ୍ଷା ଦିଆଯାଇପାରିବ ସେନେଇ ଅଭ୍ୟାସ ହୋଇଛି। ଏଥିପାଇଁ ନଦୀ ମୁହାଣରେ ଏକ ଅସ୍ଥାୟୀ ସୂର୍ଯ୍ୟ ମନ୍ଦିର ବି ତିଆରି ହୋଇଛି।

ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି  ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହ ଲୋକଙ୍କୁ ସ୍ଥାନାନ୍ତର କରାଯାଇପାରିବ ସେନେଇ ମଧ୍ୟ ଅଭ୍ୟାସ ହୋଇଛି। ଏହି ଅଭ୍ୟାସ କାର୍ଯ୍ୟକ୍ରମରେ କେନ୍ଦ୍ରଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରଏ ଯୋଗ ଦେଇଛନ୍ତି।

ମଙ୍ଗଳବାର ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାମଚଣ୍ଡୀ ନଦୀମୁହାଣରେ ଏହି ଅଭ୍ୟାସ କାର୍ଯ୍ୟ ଫେବ୍ରୁଆରି ୧୩ ଯାଏଁ ଚାଲିବ।

Comment