ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ। ରାୟଗଡା ଥାନା ଅନ୍ତର୍ଗତ କଡିଙ୍ଗଗୁଡା ଗାଁରେ ଏହି ଜଘନ୍ୟା ହତ୍ୟାକାଣ୍ଡ ଘଟିଛି। ବୁଧବାର ବିଳମ୍ବିତ ରାତିରେ କଡିଙ୍ଗଗୁଡା ଗାଁର ସତାନା ଜାକାକା ନିଜ ପତ୍ନୀ ବାନାଇ ଜାକାକାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି।

କିଛିଦିନ ଧରି ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା। ଗତ ରାତିରେ ମଧ୍ୟ ଦୁହିଁଙ୍କ ଭିତରେ ଝଗଡା ହୋଇଥିଲା। ଖାଇବା ପରେ ଦୁଇଜଣ ଶୋଇପଡ଼ିଥିଲେ। ରାତିରେ ନିଜ କ୍ରୋଧକୁ ନିୟନ୍ତ୍ରଣ କରିନପାରି ଘରେ ଥିବା ଟାଙ୍ଗିଆରେ ବାରମ୍ବାର ଆଘାତ କରିଥିଲା।

ଫଳରେ ବାନାଇଙ୍କ ମୃତ୍ୟ ଘଟିଥିଲା। ସ୍ତ୍ରୀର ମୃତ୍ୟୁ ପରେ ଗାଁଠାରୁ ୭କିଲୋମିଟର ଟାଉନ ଥାନାକୁ ଆସି ସ୍ୱାମୀ ନିଜେ ଆତ୍ମ ସମର୍ପଣ କରିଛି। ପୋଲିସ ଗାଁରେ ପହଞ୍ଚି ଶବ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।

Comment