ଓଡ଼ିଶାଲାଇଭ୍‌ ବ୍ୟୁରୋ

ପେଟ୍ରୋଲିୟମ୍‌ ସଂରକ୍ଷଣ ଗବେଷଣା ସଂଘ (ପେଟ୍ରୋଲିୟମ୍‌ କନ୍‌ଜର୍ଭେସନ୍‌ ରିସର୍ଚ ଆସୋସିଏସନ୍) ରେ ୧୦ ଜଣ ସେକ୍ଟର ବିଶେଷଜ୍ଞଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ମାର୍ଚ୍ଚ ୬ ଯାଏଁ ଆବେଦନ କରିପାରିବେ।

  • ଏହି ନିଯୁକ୍ତି ଇଣ୍ଡଷ୍ଟ୍ରୀ, ଟ୍ରାନ୍ସପୋର୍ଟ ଏବଂ ଏଗ୍ରିକଲ୍‌ଚର୍‌ ବିଭାଗରେ ଦିଆଯିବ। ଏହା ୩ ବର୍ଷ ପାଇଁ ଚୁକ୍ତିଭିତ୍ତିକ ଅଟେ।

ଯୋଗ୍ୟତା:

  • ବି.ଇ/ବି.ଟେକ୍‌ ଡିଗ୍ରୀ ସହ ଅତିକମ୍‌ରେ ୧୦ ବର୍ଷର ଅଭିଜ୍ଞତା ଥିବ ବା ଡିପ୍ଲୋମା ସହ ସଂପୃକ୍ତ ବିଷୟରେ ୧୫ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • କମ୍ପ୍ୟୁଟର ଆପ୍ଲିକେସନ୍‌, ଏମ୍‌ଏସ୍‌ ଅଫିସ୍‌, ଓ୍ଵାର୍ଡ, ଏକ୍ସେଲ୍‌ ଏବଂ ପାଓ୍ଵାର ପଏଣ୍ଟରେ ଦକ୍ଷତା ହାସଲ କରିଥିବେ।

ଦରମା– ୮୦,୦୦୦ ଟଙ୍କା

ବୟସ ସୀମା– ୨୦୨୦ ଫେବ୍ରୁଆରି ୧୨ ସୁଦ୍ଧା ୫୫ ବର୍ଷରୁ କମ୍‌ ବୟସ ହୋଇଥିବ।

ଆବେଦନ ପ୍ରକ୍ରିୟା:

ଆବେଦନକାରୀମାନେ ନିଜର ବାୟୋଡାଟା ଏବଂ ସମସ୍ତ ଦରକାରୀ କାଗଜପତ୍ରକୁ ମାର୍ଚ୍ଚ ୬ ତାରିଖ ସୁଦ୍ଧା ମ୍ନଲିଖିତ ଠିକଣାରେ ପଠାଇପାରିବେ।

ଡିରେକ୍ଟର (ପ୍ରୋଜେକ୍ଟ ସେକ୍ରେଟାରିଏଟ୍‌), ସଂରକ୍ଷଣ ଭବନ, ୧୦, ଭିକାଜୀ କାମା ପ୍ଲେସ୍‌, ନୂଆ ଦିଲ୍ଲୀ-୧୧୦୦୬୬, ଟେଲିଫୋନ୍‌- 011-26198856

ଇ ମେଲ୍‌– pcra@pcra.org

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବା ପାଇଁ www.nhai.gov.in ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

Comment