ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତିରକ୍ଷା ମନ୍ତ୍ରାଳୟରେ ୩ ଜଣିଆ ତଦନ୍ତ କର୍ମଚାରୀ ପ୍ୟାନେଲ୍‌ରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। କେବଳ ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ମାର୍ଚ୍ଚ ୧୫ ରହିଛି।

  • ଏହି କର୍ମଚାରୀମାନେ ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସ, ବର୍ଡର ରୋଡ୍‌ ଅର୍‌ଗାନାଇଜେସନ୍‌ କିମ୍ବା ସିଭିଲ୍‌ ଇଞ୍ଜିନିୟରିଂ ଡିପାର୍ଟମେଣ୍ଟର ଇଞ୍ଜିନିୟରିଂ ଅର୍‌ଗାନାଇଜେସନ୍‌ରେ କାର୍ଯ୍ୟ କରିଥିବେ।
  • ଏହି ପ୍ୟାନେଲ୍‌ଟି ୩ ବର୍ଷ ପାଇଁ ଚୁକ୍ତିଭିତ୍ତିକ।

ଯୋଗ୍ୟତା:

କେନ୍ଦ୍ର ସରକାର/ରାଜ୍ୟ ସରକାର/ପବ୍ଲିକ୍‌ ସେକ୍ଟର୍‌ ଅଣ୍ଡରଟେକିଂସ୍‌ରୁ ଡେପୁଟି ସେକ୍ରେଟାରୀ ପଦବୀରୁ ଅବସର ନେଇଥିବେ। କୌଣସି କ୍ରିମିନାଲ୍‌ ରେକର୍ଡର ଭାଗିଦାରୀ ହୋଇନଥିବେ।

ଆବେଦନ ପ୍ରକ୍ରିୟା:

ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଆବେଦନପତ୍ରକୁ ମାର୍ଚ୍ଚ ୧୫ ପୂର୍ବରୁ ନିମ୍ନଲିଖିତ ଠିକଣାରେ ଦାଖଲ କରିବାକୁ ହେବ।

ଶ୍ରୀ ଏସ୍‌ ଖଜୁରିଆ, ଡେପୁଟି ସେକ୍ରେଟାରୀ (ଭିଜିଲାନ୍ସ-ଏମ୍‌ଇଏସ୍‌ ଆଣ୍ଡ୍‌ ବିଆର୍‌ଓ), ରୁମ୍‌ ନଂ-୧୩୮, କାଶ୍ମୀର ହାଉସ, ରାଜାଜୀ ମାର୍ଗ, ନୂଆ ଦିଲ୍ଲୀ-୧୧୦୦୧୧

  • ଇ ମେଲ୍‌-susheelkhajuria-cwc@nic.in
  • ଏହି ବିଜ୍ଞପ୍ତି ବିଷୟରେ ଅଧିକ ଜାଣିବା ପାଇଁmod.gov.in ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

Comment