ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାରସୁଗୁଡ଼ା ଡବଲ ମର୍ଡର ଘଟଣାରେ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଉଠାଇ ନେଲା ପୋଲିସ। ଶୁକ୍ରବାର ବିଳମ୍ବିତ ରାତିରେ ବର୍ଦ୍ଧନଙ୍କୁ ବଘରାଛକସ୍ଥିତ ଭଡ଼ା ଘରୁ ପୋଲିସ ତାଙ୍କୁ ଉଠାଇ ନେଇ କୌଣସି ଏକ ଅଜ୍ଞାତ ସ୍ଥାନରେ ପଚରାଉଚରା କରୁଛି। ଡବଲ ମର୍ଡର ଘଟଣାରେ ଅନୁପଙ୍କ ଡ୍ରାଇଭରର ସମ୍ପୃକ୍ତି ରହିଥିବା କଥା ପ୍ରେସମିଟ୍‌ରେ କହିଥିଲେ ରାୟଗଡ଼ ଏସ୍‌ପି ସନ୍ତୋଷ ସିଂହ।

ଅନ୍ୟପଟେ ଏହି ମାମଲାରେ ଅନ୍ୟ କେହି ସାମିଲ ରହିଛନ୍ତି କି ନାହିଁ ତାକୁ ନେଇ ବି ଖୋଳତାଡ଼ ଜାରି ରହିଛି। ଛତିଶଗଡ଼ ପୋଲିସ ଅଭିଯୁକ୍ତ ଅନୁପ ସାଏଙ୍କ ନାର୍କୋ ଟେଷ୍ଟ କରିବା ନେଇ ଆବେଦନ କରିବ।

୨୦୧୬ ମସିହାରେ କଳ୍ପନା ଦାସ ନାମକ ଜଣେ ଓ ତାଙ୍କ ଝିଅକୁ ଅତି ନିର୍ମମ ଭାବେ ଲୁହା ରଡ୍‌ରେ ପିଟିପିଟି ହତ୍ୟା କରିଥିଲେ ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏ। ଏହି ହତ୍ୟାକାଣ୍ଡରେ ରାୟଗଡ଼ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା। ଶେଷରେ ପହଞ୍ଚିଥିଲା ଅନୁପ ସାଏଙ୍କ ପାଖରେ।

ଛତିଶଗଡ଼ ପୋଲିସ ବୁଧବାର ରାତିରେ ଝାରସୁଗୁ଼ଡ଼ାରୁ ଅନୁପ ସାଏଙ୍କୁ ଗିରଫ କରିଥିଲା। ଗିରଫ ପରେ ମାରାଥନ୍‌ ଜେରା କରିଥିଲା ପୋଲିସ। ଶେଷରେ ସବୁ ସତକଥା ମାନି ନେଇଥିଲେ ଅନୁପ ସାଏ। ସେ ହିଁ କଳ୍ପନା ଓ ତାଙ୍କ ଝିଅକୁ ଲୁହା ରଡ୍‌ରେ ପିଟିପିଟି ହତ୍ୟା କରିଥିଲେ। ଏହି ମାମଲାରେ ଅଭିଯୁକ୍ତ ଅନୁପଙ୍କ ଡ୍ରାଇଭରକୁ ପୋଲିସ ଅଟକ ରଖିଛି।

Comment