ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାରିବାରିକ କଳହ ନେଲା ଗୋଟିଏ ପରିବାରର ୪ ଜଣଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ବଣାଇ ଦେଉଳହୁଡି ଗାଁରେ।

ବାପା, ମାଆ ଓ ଦୁଇ ପିଲାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଯାଇଛି। ହତ୍ୟା ସନ୍ଦେହରେ ମୃତକଙ୍କ ସାନ ଭାଇକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

ଜମି ବାଡ଼ି ଭାଗକୁ ନେଇ ସାନ ଭାଇ ଓ ବଡ ଭାଇ ମଧ୍ୟରେ ବିବାଦ ଥିବାରୁ ଏହି ହତ୍ୟା କାଣ୍ଡ ପଛରେ ସାନଭାଇର ହାତ ଥିବା ପୋଲିସ ସନ୍ଦେହ କରୁଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ମୃତଦେହକୁ ଜବତ କରିଥିବାବେଳେ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

Comment