ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାରସୁଗୁଡ଼ା ଡବଲ ମର୍ଡର ଘଟଣାରେ ରାୟଗଡ଼ କୋର୍ଟରେ ହାଜର ହେଲେ ଅନୁପ ସାଏ। ତାଙ୍କ ସହ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ମଧ୍ୟ କୋର୍ଟରେ ହାଜର ହୋଇଛନ୍ତି। ପୋଲିସର ରିମାଣ୍ଡ ଆବେଦନ ଉପରେ ଶୁଣାଣି ପାଇଁ ଦୁହିଁଙ୍କୁ ହାଜର କରାଯାଇଛି।

ଏହି ଘଟଣାରେ ଅଧିକ ଛାନ୍‌ଭିନ୍‌ ପାଇଁ ଛତିଶଗଡ଼ ପୋଲିସ ସୋମବାର ଝାରସୁଗୁଡ଼ାରେ ପହଞ୍ଚିଥିଲା। ସେଠାରେ ଅନୁପ ସାଏଙ୍କ ଷ୍ଟେଟ୍‌ ବ୍ୟାଙ୍କ ଏଚିଏମ୍‌ ଯାଞ୍ଚ କରିବା ସହ ଅନୁପଙ୍କ ପୁତୁରାଙ୍କୁ ନୋଟିସ କରିଥିଲେ। ଏହାସହ କଳ୍ପନାଙ୍କ ଭାଉଜଙ୍କୁ ମଧ୍ୟ ନୋଟିସ କରାଯାଇଛି।

୨୦୧୬ ମସିହା କଳ୍ପନା ଦାସ ଓ ତାଙ୍କ ଝିଅ ହତ୍ୟା ମାମଲାରେ ଛତିଶଗଡ଼ ପୋଲିସ ଝାରସୁଗୁଡ଼ାରୁ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଥିଲା। ଜେରା ପରେ ସବୁ କଥା ସାମ୍ନାକୁ ଆସିଥିଲା। ଅନୁପ ସାଏ ନିଜେ କଳ୍ପନା ଓ ତାଙ୍କ ଝିଅକୁ ପିଟିପିଟି ମାରିବା ସହ ଗାଡ଼ି ଚଢ଼ାଇ ଦେଇଥିଲେ।

୨୦୦୫ ମସିହାରେ କଳ୍ପନାଙ୍କ ଛାଡ଼ପତ୍ର ହେବା ପରେ ଅନୁପଙ୍କ ସହ କଳ୍ପନାଙ୍କ ସଂପର୍କ ଗଢ଼ି ଉଠିଥିଲା। ଦୁହେଁ ଭୁବନେଶ୍ଵରରେ ଏକାଠି ରହିଥିଲେ। ପରେ କଳ୍ପନା ବିବାହ ପାଇଁ ଜିଦ୍‌ ଧରିଥିଲେ। ଯେଉଥିପାଇଁ ଚିନ୍ତାରେ ପଡ଼ିଯାଇଥିଲେ ଅନୁପ। କଳ୍ପନାକୁ ସବୁ ଦିନରୁ ରାସ୍ତାରୁ ହଟାଇବା ପାଇଁ କରିଥିଲେ ଷଡ଼ଯନ୍ତ୍ର।

କଳ୍ପନାକୁ ବିବାହର ପ୍ରତିଶ୍ରୁତି ଦେଇ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ସହାୟତାରେ ରାୟଗଡ଼ ନେଇଯାଇଥିଲେ। ସେଠାରେ ଏକ ଜଙ୍ଗଲ ପାଖରେ ଗାଡ଼ି ରଖି ରଡ୍‌ରେ ପିଟିପିଟି କଳ୍ପନାକୁ ହତ୍ୟା କରିଥିଲେ। ହତ୍ୟା ବିଷୟରେ କଳ୍ପନାଙ୍କ ଝିଅ ଜାଣିଥିବାରୁ ତାକୁ ମଧ୍ୟ ହତ୍ୟା କରିଥିଲେ। ପରେ ମୃତଦେହକୁ ଛତିଶଗଡ଼ ସୀମାରେ ପକାଇ ଗାଡ଼ି ଚଢ଼ାଇ ପରିଚୟ ନଷ୍ଟ କରି ଦେଇଥିଲେ।

Comment