ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାତି ପାହିଲେ ମାଟ୍ରିକ ପରୀକ୍ଷା। ରାଜ୍ୟର ଅନେକ ପିଲା ଏହି ପରୀକ୍ଷା ଦେବେ। କିଛି ଛାତ୍ରଛାତ୍ରୀ ପରୀକ୍ଷାକୁ ନେଇ ଉତ୍ସାହିତ ଥିବା ବେଳେ କିଛି ପିଲା ଆତଙ୍କିତ ଥା’ନ୍ତି। ହେଲେ ଏଭଳି ପରିସ୍ଥିତିରେ ଆତଙ୍କିତ ନ ହୋଇ ମନ ସ୍ଥିର କରିବା ଆବଶ୍ୟକ।

ଛାତ୍ରଛାତ୍ରୀମାନେ ଏହି ପରୀକ୍ଷାକୁ ଚାପମୁକ୍ତ ଓ ଚିନ୍ତାଶୂନ୍ୟ ହୋଇ ଦେବା ଦରକାର। ଏହାସହ ପରୀକ୍ଷାକୁ ଚାପରେ ନୁହେଁ ବରଂ ଆନନ୍ଦରେ ଦେଲେ ସଫଳତା ଅଧିକ ମିଳିଥାଏ।

ସାଧାରଣତଃ ଛାତ୍ରଛାତ୍ରୀମାନେ ବିଳମ୍ବିତ ରାତି ଯାଏଁ ପଢ଼ିବାକୁ ପସନ୍ଦ କରିଥା’ନ୍ତି ହେଲେ ପରୀକ୍ଷା ପୂର୍ବ ରାତି ବିଳମ୍ବିତ ରାତି ଯାଏଁ ନ ପଢ଼ି ଭୋରରୁ ପଢ଼ିବେ। କାରଣ ଏହି ସମୟରେ ମନସ୍ଥିର ରହିବା ସହ ପରିବେଶ ଶାନ୍ତ ଥାଏ। ଏହି ସମୟରେ ପାଠ ପଢ଼ିଲେ ମନେ ରହିଥାଏ। ବିଶେଷ କରି ଯେଉଁ ବିଷୟ ମନେ ରହୁନାହିଁ ସେହି ବିଷୟକୁ ଭୋରୁ ପଢ଼ିଲେ ଭଲ।

ପରୀକ୍ଷା ହଲରେ ତରବର ନହୋଇ ଆରାମରେ ପ୍ରଶ୍ନକୁ ପଢ଼ି ଉତ୍ତର ଲେଖିବା ଦରକାର। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେତିକି ସମୟ ଦିଆଯାଇଥାଏ ସେତିକି ସମୟ ମଧ୍ୟରେ ସମସ୍ତ ପ୍ରଶ୍ନ ଉତ୍ତର ଦେବାକୁ ଛାତ୍ରଛାତ୍ରୀମାନେ ଚେଷ୍ଟା କରିବା ଦରକାର।

ଏହି ସମୟରେ ଛାତ୍ରଛାତ୍ରୀମାନେ ଅଧିକ କିଛି ନଭାବି ମନକୁ ସ୍ଥିର ରଖି ଯାହା ପଢ଼ିଛନ୍ତି ତାହାକୁ ମନେପକାଇବା ଆବଶ୍ୟକ।

ଏହି ସମୟରେ ଅଭିଭାବକଙ୍କର ଭୂମିକା ଅଧିକ ଥାଏ। ପିଲାମାନଙ୍କୁ ସପୋର୍ଟ କରିବା ଆବଶ୍ୟକ।

ପିଲାମାନେ ଏହିସମୟରେ ଠିକ୍‌ସମୟରେ ଖାଇବା, ଶୋଇବା ଦରକାର। ପ୍ରତିଦିନ ୭ରୁ ୮ଘଣ୍ଟା ଶୋଇବା ନିହାତି ଦରକାର।

Comment