ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ପାଇଁ ସୋମବାର ସୂଚୀ ପ୍ରକାଶ ପାଇଛି। ମେ’ ୩ରୁ ମେ’ ୧୫ ଯାଏଁ ପରୀକ୍ଷା ଚାଲିବ। ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପିଲାମାନେ ପରୀକ୍ଷା ଦେବେ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ବିଜ୍ଞପ୍ତି ପ୍ରକାଶ କରିଛି।

ବୋର୍ଡର ବିଜ୍ଞପ୍ତି ଅନୁସାରେ ମେ ୩ (ସୋମବାର) ଦିନ ପ୍ରଥମ ମାତୃଭାଷା ଓଡ଼ିଆ ପରୀକ୍ଷା ହେବ। ସେହି କ୍ରମରେ ମେ ୫ (ବୁଧବାର) ୨ୟ ଭାଷା ଇଂରାଜୀ, ମେ ୭ (ଶୁକ୍ରବାର) ହିନ୍ଦୀ, ମେ ୮(ଶନିବାର) ସଂସ୍କୃତ, ମେ ୧୦ରେ ଗଣିତ, ମେ ୧୨ରେ ବିଜ୍ଞାନ ଏବଂ ମେ ୧୫ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ। କେବଳ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ୍ ମିଳିବ ବୋଲି ପରୀକ୍ଷା ସୂଚୀରେ କୁହାଯାଇଛି।

Comment