ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆଜି ଗୃହରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବଜେଟ୍ ଉପସ୍ଥାପନ କରିବେ।
ଚଳିତ ବଜେଟର ବିଭିନ୍ନ ମନ୍ଦିର ସମେତ କଟକରେ ଦ୍ୱିତୀୟ ଟାଉନସିପ୍ ପ୍ଲାନ ପାଇଁ ଅର୍ଥ ବ୍ୟବୟରାବଦ କରାଯିବ ବୋଲି କୁହାଯାଉଛି। ଏହାସହ ଗ୍ରାମାଞ୍ଚଳ ବିକାଶ ଏବଂ ଗୃହ ନିର୍ମାଣ ଉପରେ ସରକାର ଚଳିତ ବଜେଟ୍ରେ ଗୁରୁତ୍ୱ ଦେଇ ପାରନ୍ତି ବୋଲି କୁହାଯାଉଛି।
ଏସବୁ ବାଦ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି ଉପରେ ମଧ୍ୟ ଫୋକସ୍ ରହିଛି।
ବଜେଟ୍ ପୂର୍ବରୁ ସୋମବାର ବିଧାନସଭାରେ ଉପସ୍ଥାପିତ ହୋଇଥିଲା ଅର୍ଥନୈତିକ ସର୍ଭେ ରିପୋର୍ଟ। ରିପୋର୍ଟରେ ଜଣାପଡ଼ିଛି ଯେ ରାଜ୍ୟରେ ଅଭିବୃଦ୍ଧି ହାର କମିଛି। ବିଗତ ଆର୍ଥିକ ବର୍ଷରେ ରାଜ୍ୟରେ ଅଭିବୃଦ୍ଧି ହାର ୭.୯୦ ପ୍ରତିଶତ ଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଏହା ୬.୧୬ ପ୍ରତିଶତକୁ ଖସିବା ନେଇ ଆକଳନ କରାଯାଇଛି। ଚଳିତ ବର୍ଷ ମୁଣ୍ଡ ପିଛା ଆୟ ୫ ପ୍ରତିଶତ ବଢିଥିଲେ ମଧ୍ୟ ଜାତୀୟ ହାର ତୁଳନାରେ ଏହା କମ୍ ରହିଛି।
୨୦୧୯-୨୦ ଆର୍ଥିକ ବର୍ଷରେ ପୂର୍ଣ୍ଣାଙ୍ଗ ବଜେଟ ୧.୩୯ ଲକ୍ଷ କୋଟି ଟଙ୍କା ରହିଥିଲା। ୨୦୧୮-୧୯ ତୁଳନାରେ ଏହା ୧୫.୭ ପ୍ରତିଶତ ଅଧିକ ରହିଥିଲା।


















