ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାରସୁଗୁଡ଼ା ଡବଲ ମର୍ଡର ଘଟଣାରେ ଆଜି ସରୁଛି ଅନୁପ ସାଏଙ୍କ ରିମାଣ୍ଡ ଅବଧି। ଅନୁପଙ୍କୁ ତିନି ଦିନିଆ ରିମାଣ୍ଡରେ ଆଣିଥିଲା ଛତିଶଗଡ଼ ପୋଲିସ। ତେବେ ତିନି ଦିନିଆ ଜେରାରେ ପୋଲିସକୁ ଅନେକ କିଛି ତଥ୍ୟ ମିଳିଥାଇପାରେ ବୋଲି ଅନୁମାନ କରାଯାଉଛି।

ଅନ୍ୟପଟେ ଘଟଣା ସମୟରେ ଅନୁପ ସାଏ ବ୍ୟବହାର କରିଥିବା ବୋଲେରୋ କେଉଁଠି ବିକ୍ରି ହୋଇଛି ସେ ନେଇ ଛାନବିନ୍‌ କରୁଛି ପୋଲିସ। ଗୁଜରାଟରେ ବୋଲେରୋ ବିକ୍ରି ହୋଇଥିବା ଖବର ପାଇ ରାୟଗଡ଼ ପୋଲିସ ଗୁଜରାଟରେ ପହଞ୍ଚି ତନାଘନା ଚଳାଇଥିବା ସୂଚନା ମିଳିଛି।

ସେହିପରି ବିଳାଶପୁର ଆଇଜିଙ୍କ କହିବା କଥା ଯେ ଏହା ଏକ ବ୍ଲାଇଣ୍ଡ ମର୍ଡର ହୋଇଥିବାରୁ ଏନେଇ କୌଣସି ମୁକ ସାକ୍ଷୀ ନାହାନ୍ତି। ଫଳରେ କୋର୍ଟରେ ଦାଖଲ କରିବା ପାଇଁ ଆବଶ୍ୟକୀୟ ପ୍ରମାଣପତ୍ର ଯୋଗାଡ଼ କରୁଛି ପୋଲିସ।

କଳ୍ପନା ଦାସ ଓ ତାଙ୍କ ୧୪ ବର୍ଷୀୟ ଝିଅର ହତ୍ୟାକଣ୍ଡରେ ଆଉ କାହାର ସମ୍ପୃକ୍ତି ନେଇ ମଧ୍ୟ ସନ୍ଦେହ କରୁଛି ପୋଲିସ। ତେବେ ଆଜି ଅନୁପଙ୍କ ରିମାଣ୍ଡ ଅବଧି ସରିବା ପରେ ପୋଲିସ ଏବେ ନାର୍କୋ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିବାରେ ବୋଲି ଆଶା କରାଯାଉଛି।

Comment