ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାୟଗଡ଼ା ଜିଲ୍ଲା ନୂଆସାହି ପାହାଡ଼ ଉପରୁ ଏକ ନରକଙ୍କାଳ ଉଦ୍ଧାର ହୋଇଛି। କଙ୍କାଳ ନିକଟ ଏକ ବ୍ୟାଗରୁ ଜଣେ ସିଆର୍‌ପିଏଫ୍‌ ଯବାନଙ୍କ ଆଇକାର୍ଡ ମିଳିଛି। ଆଇକାର୍ଡରେ ଯବାନଙ୍କ ନାଁ ଧରମ ଦେବ ବୋଲି ଲେଖା ହୋଇଛି। ତେଣୁ ନରକଙ୍କାଳ ଜଣେ ଯବାନଙ୍କର ବୋଲି ପୋଲିସ ସନ୍ଦେହ କରୁଛି।

ଧରମ ଦେବ ଶେଷଖାଲ ଥାନା ଅଞ୍ଚଳରେ ଥିବା କ୍ୟାମ୍ପରେ କାର୍ଯ୍ୟରତ ଥିଲେ। ଜାନୁଆରି ମାସରେ ଚଇତି ଡ୍ୟୁଟିକୁ ଆସି ନିଖୋଜ ଅଛନ୍ତି ଧରମ। ନିଖୋଜ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା।

ବର୍ତ୍ତମାନ ଏହି ନରକଙ୍କାଳ ଧରମଙ୍କର ନାଁ ଆଉ କାହାର ତାହା ତଦନ୍ତ ପରେ ଜଣାପଡ଼ିବ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ନରକଙ୍କାଳକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Comment