ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଛତ୍ରପୁରରେ ଚାଞ୍ଚଲ୍ୟ। ଗୋଟିଏ ଘରୁ ମିଳିଛି ତିନି ତିନୋଟି ମୃତ ଦେହ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପାଲିଆ ଛତ୍ରପୁର ଗାଁରେ। ଗୋଟିଏ ଘରୁ ମିଳିଲା ସ୍ୱାମୀ, ସ୍ତ୍ରୀ ଓ ଝିଅର ମୃତଦେହ। ମୃତକମାନେ ହେଲେ ବୃନ୍ଦାବନ ବେହେରା, ତାଙ୍କ ପତ୍ନୀ ଉର୍ମିଳା ବେହେରା ଓ ଝିଅ ସୁନିତା ବେହେରା।

ବୃନ୍ଦାବନଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ସ୍ତ୍ରୀ ଓ ଝିଅର ମୃତଦେହ ତଳେ ପଡ଼ିଥିଲା।

ଘଟଣାସ୍ଥଳରେ ଗଞ୍ଜାମ ଏସ୍‌ପି ବ୍ରିଜେସ୍‌ କୁମାର ରାୟ ଏବଂ ତାଙ୍କ ସହ ଛତ୍ରପୁର ଏସ୍‌ଡିପିଓ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Comment