ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ସହରରେ ତୁରନ୍ତ ବାଇପାସ ରୋଡ୍‌ ନିର୍ମାଣ ଦାବିରେ ଧାରଣାରେ ଜିଲ୍ଲା ବିକାଶ ପରିଷଦ। ବୁଧବାର ସହରସ୍ଥିତ ପୂର୍ତ୍ତ ବିଭାଗର କାର୍ଯ୍ୟାଳୟ ସମ୍ମୁଖରେ ଧାରଣରେ ବସିଥିଲେଜିଲ୍ଲା ବିକାଶ ପରିଷଦ ସଦସ୍ୟ।

ସହରରେ ବଢୁଥିବା ଟ୍ରାଫିକ ସମସ୍ୟା ଓ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ପୂର୍ତ୍ତ ବିଭାଗ ପକ୍ଷରୁ ସାଇପ୍ରିୟା ନଗରର ହୋଟେଲ ସାଇ ଇଣ୍ଟରନ୍ୟାସନାଲ ଛକଠାରୁ କଟଲାଗୁଡା, ପିତାମହଲ ପର୍ଯ୍ୟନ୍ତ ଏକ ବାଇପାସ ରାସ୍ତା ନିର୍ମାଣ ନିମନ୍ତେ ଗତବର୍ଷ ଟେଣ୍ଡର ଡକାଯାଇଥିଲା। ତେବେ ସେହି ଟେଣ୍ଡର ପ୍ରକ୍ରିୟା ଏକବର୍ଷ ବିତିଯାଇଥିଲେ ସୁଦ୍ଧା ବର୍ତ୍ତମାନ ଯାଏଁ ରାସ୍ତା ନିର୍ମାଣ ଶେଷ ହୋଇନାହଁ।

ବାଇପାସ ରାସ୍ତା ସିରିଗୁଡାଠାରୁ ପିତାମହଲ ଯାଏଁ ନିର୍ମାଣ କାର୍ଯ୍ୟକୁ ନେଇ ଠିକାଦାରଙ୍କ ବିରୋଧରେ ନ୍ୟାୟାଳୟରେ ମାମଲା ରହିଥିବାରୁ ନିର୍ମାଣ କାର୍ଯ୍ୟ ଅଗ୍ରଗତି ଘଟୁ ନାହିଁ । ତେଣୁ ଏ ନେଇ ଜିଲ୍ଲା ବିକାଶ ପରିଷଦ ସଭାପତି ଶିବାଜୀ ଦାସଙ୍କ ନେତୃତ୍ୱରେ ସଂଘ କମକର୍ତ୍ତା ସ୍ଥାନୀୟ ପୂର୍ତ୍ତି ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ।

ଏଥିସହ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଏମ ଆର ତ୍ରିପାଠୀଙ୍କୁ ସଂଘ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଯଦି ଏପ୍ରିଲ ମାସ ୧୫ ତାରିଖ ସୁଦ୍ଧା ବାଇପାସ ରାସ୍ତା କାମ ନିର୍ମାଣ ନ ହୁଏ ତେବେ ଆନ୍ଦୋଳନ ଆହୁରି ତୀବ୍ରତର କରିବାକୁ ସଂଘ ପକ୍ଷରୁ ଚେତବନୀ ଦିଆଯାଇଛି।

Comment