ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟୁଇନସିଟି ଲୋକଙ୍କ ପାଇଁ ଖୁସି ଖବର। ଏଣିକି ଭୁବନେଶ୍ଵରରୁ କଟକକୁ ଗଡ଼ିବ ‘ଜନସାଧାରଣ’ ସ୍ପେଶାଲ ଟ୍ରେନ। ମାର୍ଚ୍ଚ ୧ରୁ ୩୧ ତାରିଖ ଯାଏଁ ପରୀକ୍ଷାମୂଳକ ଭାବେ ଏହି ଟ୍ରେନ ଗଡ଼ିବ। ଟ୍ରେନ ଚଳାଚଳ ନେଇ ପୂର୍ବତଟ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ଵରରୁ ଭାୟା ବାରଙ୍ଗ ଓ ବାଲିକୁଦା ଦେଇ କଟକ ଯିବ ଟ୍ରେନ। ସେହିପରି କଟକରୁ ନିର୍ଗୁଣ୍ଡି, ଗୁରୁଡ଼ିଝାଟିଆ, ରାଧାକିଶୋରପୁର ଓ ନରାଜ ଦେଇ ପୁଣି ଭୁବନେଶ୍ଵର ଫେରିବ। ଭୁବନେଶ୍ଵରରୁ ଅପରାହ୍‌ଣ ୧ଟା ୩୦ରେ ଛାଡ଼ି ୨ଟା ୩୦ରେ କଟକରେ ପହଞ୍ଚିବ। ସେହିପରି କଟକରୁ ୨ଟା ୪୦ରେ ଛାଡ଼ି ସନ୍ଧ୍ୟା ୫ଟାରେ ୨୦ରେ ଭୁବନେଶ୍ଵରରେ ପହଞ୍ଚିବ।

ଭୁବନେଶ୍ଵର ଓ କଟକ ମଧ୍ୟରେ ଯାତାୟାତ ସୁବିଧାକୁ ଆହୁରି ସରଳ କରିବାକୁ ଏପରି ପଦକ୍ଷେପ ନିଆଯାଇଛି। ଏନେଇ ଟୁଇନସିଟିକୁ ସ୍ଵତନ୍ତ୍ର ଟ୍ରେନ ଗଡ଼ିବା ନେଇ ନିଷ୍ପତ୍ତି ହୋଇଛି।

Comment