ଓଡ଼ିଶାଲାଇଭ୍‌ ବ୍ୟୁରୋ

IMS and SUM hospital

IMS ଏବଂ SUM ହସ୍ପିଟାଲ୍‌ର ସିନିୟର ରେସିଡେଣ୍ଟ, ଲାବୋରେଟୋରୀ ଟେକ୍ନିସିଆନ୍‌, ଷ୍ଟାଫ୍‌ ନର୍ସ ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଆସନ୍ତା ୮ ଦିନ ମଧ୍ୟରେ ଆବେଦନ କରିପାରିବେ। ଏହି ନିଯୁକ୍ତି ଶିକ୍ଷା ଓ ଅନୁସନ୍ଧାନ (SOA) ଅଧୀନରେ ଦିଆଯିବ।

ପଦବୀ ଓ ଯୋଗ୍ୟତା:

  • ସିନିୟର ରେସିଡେଣ୍ଟ– ଏମ୍‌ଡି (ପାଥୋଲୋଜୀ) ଡିଗ୍ରୀ ହାସଲ କରିଥିବେ।
  • ଲାବୋରେଟୋରୀ ଟେକ୍ନିସିଆନ୍‌ (ଲାବୋରେଟୋରୀ ଆଣ୍ଡ ହେମାଟୋଲୋଜୀ) – ଏମ୍‌ଏଲ୍‌ଟିରେ ସ୍ନାତକ କିମ୍ବା ଡିଏମ୍‌ଏଲ୍‌ଟି ଡିଗ୍ରୀ ହାସଲ କରିଥିବେ। ହସ୍ପିଟାଲ୍‌ ସେଟ୍‌ ଅପ୍‌ରେ ଅତିକମ୍‌ରେ ୨ ବର୍ଷର ଅଭିଜ୍ଞତା ଥିବ।
  •  ଲାବୋରେଟୋରୀ ଟେକ୍ନିସିଆନ୍‌ (ମଲେକୁଲାର୍‌ ଡାଇଗ୍ନୋଷ୍ଟିକ୍‌) – ଏମ୍‌ଏଲ୍‌ଟିରେ ସ୍ନାତକ କିମ୍ବା ସ୍ନାତକୋତ୍ତର ଡିଗ୍ରୀ, ମଲୋକୁଲାର ଡାଇଗ୍ନୋଷ୍ଟିକ୍‌ ସହ ବାୟୋଟେକ୍ନୋଲୋଜୀରେ ସ୍ନାତକୋତ୍ତର ଡିଗ୍ରୀ ସହ ହସ୍ପିଟାଲ୍‌ ସେଟ୍‌ ଅପ୍‌ରେ ଅତିକମ୍‌ରେ ୨ ବର୍ଷର ଅଭିଜ୍ଞତା ଥିବ।
  • ଫ୍ଲେବୋଟୋମିଷ୍ଟ– ଡିଏମ୍‌ଏଲ୍‌ଟି କୋର୍ସ ସହ ହସ୍ପିଟାଲ୍‌ ସେଟ୍‌ ଅପ୍‌ରେ ଅତିକମ୍‌ରେ ଗୋଟିଏ ବର୍ଷର ଅଭିଜ୍ଞତା ଥିବ।
  • ଷ୍ଟାଫ୍‌ ନର୍ସ– ଜିଏନ୍‌ଏମ୍‌/ବି.ଏସ୍‌ସି/ପିବି ବି.ଏସ୍‌ସି/ଏମ୍‌ଏସ୍‌ସି ନର୍ସିଂ କରିବା ସହ ଦୁଇ ବର୍ଷର ଅଭିଜ୍ଞତା ଥିବ।
  • ଡିଇଓ (ଅଫିସ୍‌ ଆଡ୍‌ମି) – ସ୍ନାତକ ଡିଗ୍ରୀ ସହ ପିଜିଡିସିଏ କରିଥିବେ ଏବଂ ଦୁଇ ବର୍ଷର ଅଭିଜ୍ଞତା ଥିବ।

ଆବେଦନ ପ୍ରକ୍ରିୟା

ଏହି ପଦବୀ ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ଇମେଲ୍‌ ମାଧ୍ୟମରେ ଆବେଦନ କରିପାରିବେ। ଏହି ବିଜ୍ଞପ୍ତି ମାର୍ଚ୍ଚ ୪ରେ ପ୍ରକାଶ ପାଇଛି। ଏହାର ୮ ଦିନ ମଧ୍ୟରେ ପ୍ରାର୍ଥୀମାନେ ନିଜର ବାୟୋଡାଟା hr@soa.ac.in କୁ ମେଲ୍‌ କରିବେ।

ସୌଜନ୍ୟ: ଚାକିରି ପ୍ଲସ

Comment