ଡ଼ିଶାଲାଇଭ୍ ବ୍ୟୁରୋ

ଚଳିତବର୍ଷ ମାର୍ଚ୍ଚରୁ ଆରମ୍ଭ ହେବ ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍। ମାର୍ଚ୍ଚ ୨୩ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଓ ହକି ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଏହି ମହିଳା ଲିଗ୍ ଆୟୋଜନ କରାଯିବ। ୨୧ ବର୍ଷରୁ କମ୍ ବୟସର  ଖେଳାଳିମାନେ ଏହି ଟୁର୍ଣ୍ଣାମେଣ୍ଟରେ ଯୋଗ ଦେବେ।

“କେନ୍ଦ୍ର ସରକାରଙ୍କ ଖେଲୋ ଇଣ୍ଡିଆ ଯୋଜନାରେ ପ୍ରତିଭା ଅନ୍ୱେଷଣ କରିବା ହେଉଛି ଏହି ଟୁର୍ଣ୍ଣାମେଣ୍ଟର ମୂଳ ଲକ୍ଷ୍ୟ। ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ହକି ପ୍ରତିଭା ଏଥିରେ ସାମିଲ କରାଯିବ”,କହିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁ।

ସେ ଆହୁରି ମଧ୍ୟ କହିଛନ୍ତି, “ଏହି ଯୋଜନା ମାଧ୍ୟମରେ ଆମେ ସେମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବାକୁ ଚାହଁଛୁ।’’

ଭିନ୍ନ ଭିନ୍ନ ଷ୍ଟାଡିୟମରେ ୩ଟି ପର୍ଯ୍ୟାୟରେ ଏହି ମହିଳା ଲିଗ୍ ଆୟୋଜନ ହେବ। ଏଥିରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ମଧ୍ୟ ସାମିଲ ରହିଛି।

ମାର୍ଚ୍ଚ ୨୩ରୁ ୨୯ ଯାଏଁ ପ୍ରଥମ ପର୍ଯ୍ୟାୟ ଲିଗ ଅନୁଷ୍ଠିତ ହେବ। ନୂଆଦିଲ୍ଲୀର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡିୟମରେ ପ୍ରଥମ ଲିଗ୍‌ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୧୩ରୁ ୧୯ ପର୍ଯ୍ୟନ୍ତ ବେଙ୍ଗାଲୁରୁ ସାଇ କେନ୍ଦ୍ରରେ ଖେଳାଯିବ। ସେହିପରି ତୃତୀୟ ପର୍ଯ୍ୟାୟ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହେବ।

Comment