ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ପାଇଁ ରାଜ୍ୟର ସମସ୍ତ କୋଚିଂ ସେଣ୍ଟର ଓ ଟ୍ୟୁସନ ବନ୍ଦ ରହିବ। ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବା ନେଇ ଯେଉଁ ଘୋଷଣା କରିଛନ୍ତି ଟ୍ୟୁସନଗୁଡ଼ିକ ମଧ୍ୟ ଏହାମଧ୍ୟରେ ଅନ୍ତର୍ଭୁକ୍ତ। ଏନେଇ ପୋଲିସ୍ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଟୁଇଟ୍ କରି ସୂଚନା ଦେଇଛନ୍ତି।

ଏଥିସହିତ ଅଭିଭାବକମାନଙ୍କୁ ମଧ୍ୟ ସେମାନଙ୍କର ପିଲାମାନଙ୍କୁ ଟ୍ୟୁସନ କିମ୍ବା କୋଚିଂ ସେଣ୍ଟର ଛାଡ଼ିବାକୁ ସେ ମନା କରିଛନ୍ତି। ରବିବାରଠାରୁ ଏହା ଲାଗୁ ହେବ ବୋଲି ସେ ସୂଚନା ଦେଇଛନ୍ତି।

ଭାରତରେ ବର୍ତ୍ତମାନ ସୁଦ୍ଧା ୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଦୁଇ ଜଣ ମହିଳା ମୃତ୍ୟୁବରଣ କରିଛନ୍ତି। ଅନ୍ୟପଟେ ଓଡ଼ିଶାରେ କରୋନାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଅନେକ ନିଷ୍ପତ୍ତି ହାତକୁ ନେଇଛନ୍ତି।

Comment