ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ପାଇଁ ପର୍ଯ୍ୟଟକଙ୍କ ଉପରେ ଲାଗିଲା କଟକଣା। ଆସନ୍ତାକାଲିଠାରୁ ପର୍ଯ୍ୟଟକମାନେ କୋଣାର୍କ, ଚନ୍ଦ୍ରଭାଗା, ଚିଲିକା ବୁଲି ପାରିବେନି। ବିଦେଶୀ ଏବଂ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପର୍ଯ୍ୟଟକଙ୍କ ପାଇଁ ଏହି କଟକଣା ଲାଗୁ କରାଯାଇଛି।

କରୋନାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ଆଜି ବିଭିନ୍ନ ଟୁର୍‌ ଅପରେଟରଙ୍କ ସହିତ ବୈଠକ କରିଥିଲା। ବୈଠକ ପରେ କରୋନା ମୁକାବିଲା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।

ପୁରୀ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ବିଜୟ ଜେନା କହିଛନ୍ତି, ‘‘ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକମାନଙ୍କର ଗହଳି ଲାଗିଥାଏ। ଏଣୁ ପର୍ଯ୍ୟଟକମାନେ ପୁରୀରୁ ସିଧାସଳଖ ଚିଲିକା, କୋଣାର୍କ, ଚନ୍ଦ୍ରଭାଗା ଟୁର୍‌ରେ ଯାଇପାରିବେ ନାହିଁ।’’

Comment