ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଜନନୀ ଯନ୍ତ୍ରଣାରେ ଛଟପଟ ହୋଇ ୩ କିଲୋମିଟର ଭାରରେ ବୁହାହେଲେ ପ୍ରସୂତି। ଯେଉଁ କାରଣରୁ ପ୍ରସୂତି ଜଣକୁ ନିଜର ନବଜାତ ଶିଶୁ କନ୍ୟାକୁ ହରାଇବାକୁ ପଡ଼ଛି। ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି କିଛି ଅଭାବନୀୟ ଦୃଶ୍ୟ।ଶନିବାର କାଶିପୁର ବ୍ଲକ ଅଡ଼ାଝୋଲି ଗ୍ରାମର ଫଗୁଣଦେଇ ମାଝୀ ଗର୍ଭବତୀ ଥିବା କାରଣରୁ ମେଡିକାଲ୍ ଯିବାକୁ ବାହାରିଥିଲେ। ହେଲେ ଉପଯୁକ୍ତ ଗମନାଗମନର ସୁବିଧା ନଥିବା ହେତୁ ଗାଁ’କୁ ଆମ୍ବୁଲାନ୍ସ ଆସିପାରିନଥିଲା। ତେଣୁ ବାଧ୍ୟ ହୋଇ ସେ ନଦୀ ପାର୍ ହୋଇ ଆମ୍ବୁଲାନ୍ସ ପାଖକୁ ପହଞ୍ଚିବାକୁ ଚେଷ୍ଟା କରିଥିଲେ।

ଫଗୁଣଦେଇ ନଦୀ ପାର୍ ହେବା ପରେ କିନ୍ତୁ ନିଜର ଦୁଇ ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ସେଥିମଧ୍ୟରୁ ନବଜାତ ଶିଶୁ କନ୍ୟାଟି ମୃତ୍ୟୁବରଣ କରିସାରିଥିଲା। ଏହାପରେ ଫଗୁଣଦେଇ ଓ ତାଙ୍କର ଅନ୍ୟ ନବଜାତ ଶିଶୁ ପୁତ୍ରକୁ ସ୍ଥାନୀୟ ଟିକିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଚିକିତ୍ସା ପରେ ଦୁହିଁଙ୍କର ଅବସ୍ଥାର ସୁସ୍ଥ ଥିବା ସୂଚନା ମିଳିଛି।

Comment