ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମୁକାବିଲା ପାଇଁ ଛୁଟି ହେଲା ରାଉରକେଲା ନାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନଲୋଜି (ଏନ୍ଆଇଟି)। ତୁରନ୍ତ ଦେଶବିଦେଶର ସମସ୍ତ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏଥିସହିତ ଯେଉଁ ଛାତ୍ରଛାତ୍ରୀମାନେ କ୍ୟାମ୍ପସରେ ରହିବାକୁ ଚାହୁଁଛନ୍ତି ଏଥିପାଇଁ ସେମାନଙ୍କୁ ଅଣ୍ଡରଟେକିଂ ଦେବାକୁ କୁହାଯାଇଛି। ନଚେତ୍ ସେମାନେ କ୍ୟାମ୍ପସରେ ରହିପାରିବେ ନାହିଁ।

ଏହାପୂର୍ବରୁ ରାଜ୍ୟ ସରକାର ରାଜ୍ୟର ସମସ୍ତ ସରକାରୀ ସ୍କୁଲ, କଲେଜକୁ ମାର୍ଚ୍ଚ ୩୧ ତାରିଖ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇ ସାରିଛନ୍ତି। ଏଥିସହିତ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷ ମଧ୍ୟ ବିଶ୍ୱବିଦ୍ୟାଳୟକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିସାରିଛନ୍ତି।

Comment