ଓଡ଼ିଶାଲାଇଭ୍ ବ୍ୟୁରୋ

ଗୋ-ମୂତ୍ର ପିଇଲେ କରୋନା ଭାଇରସ କବଳରୁ ମୁକ୍ତି ମିଳିପାରିବ। ଏହାକୁ ପିଇବା ପରେ କରୋନା ଆଉ ପାଖ ମାଡ଼ିବନି। ସୋସିଆଲ୍ ମିଡିଆରେ ଏଭଳି କିଛି କଥା ଏବେ ଭାଇରାଲ୍ ହେବାରେ ଲାଗିଛି।

ସୋସିଆଲ୍ ମିଡିଆରେ କୁହାଯାଉଛି ଯେ, ଗୋ-ମୂତ୍ର ପିଇଲେ କରୋନା କବଳରୁ ରକ୍ଷାପାଇ ହେବ। ଏପରିକି ଗୋ-ମୂତ୍ର ପିଇବା ପାଇଁ ଏକ ପାର୍ଟିର ମଧ୍ୟ ଆୟୋଜନ କରାଯାଉଛି ବୋଲି ଦେଖିବାକୁ ମିଳୁଛି।

ଏଭଳି ଏକ ଭାଇରାଲ୍ ଫଟୋକୁ ଅଭିନେତ୍ରୀ ରିଚା ଚଢ଼ା ସେଆର କରିଥିଲେ। ଯେଉଁଥିରେ କରୋନାରୁ ରକ୍ଷା ପାଇବା ପାଇଁ ଏକ ଗୋ-ମୂତ୍ର ପାର୍ଟିର ଆୟୋଜନ କରାଯାଉଛି। ଏହାପରେ ପରେ ତାଙ୍କର ଟୁଇଟରେ ଜଣେ ବ୍ୟକ୍ତି ଏକ ଭିଡିଓ ସେଆର୍ କରିଥିଲେ। ଯେଉଁଥିରେ ଲୋକମାନଙ୍କୁ ଗୋ-ମୂତ୍ର ବଣ୍ଟାଯାଉଥିବା ଦେଖିବାକୁ ମିଳିଥିଲା।ବର୍ତ୍ତମାନ ସୁଦ୍ଧା କରୋନାକୁ ନେଇ ସାରା ବିଶ୍ୱରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। କୌଣସି ବି ଦେଶ ଏଥିପାଇଁ ଔଷଧ ତିଆରି କରି ପାରିନାହାନ୍ତି। ଅନ୍ୟପଟେ ଭାରତର କିଛି ଅଞ୍ଚଳରେ ଗୋ-ମୂତ୍ରରୁ କରୋନା ଭଲ ହେଇଯାଉଛି ବୋଲି ଖବର ଭାଇରାଲ୍ ହେଉଛି।

Comment