ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

 

ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ହେଲା କୋଣାର୍କ ମନ୍ଦିର। କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଏଭଳି ନିଷ୍ପତ୍ତି ନେଇଛି କୋଣାର୍କ ମନ୍ଦିର ପ୍ରଶାସନ। ଆଗାମୀ ନିର୍ଦ୍ଦେଶ ଯାଏଁ ପର୍ଯ୍ୟଟକଙ୍କ ପାଇଁ ମନ୍ଦିର ବନ୍ଦ ରହିବ।

କୋଣାର୍କ ମନ୍ଦିରରେ ପ୍ରତିଦିନ ଲକ୍ଷାଧିକ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ବିଶେଷ କରି ବିଦେଶୀ ପର୍ଯ୍ୟଟକମାନେ କୋଣାର୍କ ମନ୍ଦିର ବୁଲିବାକୁ ଆସୁଛନ୍ତି। ଏହାଦ୍ଵାରା କରୋନା ଭାଇରସ ସଂକ୍ରମଣର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି କୋଣାର୍କ ମନ୍ଦିର ପ୍ରଶାସନ ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି।

ସେପଟେ ସୋମବାରଠାରୁ ପିପିଲି ଟୋଲ୍ ଗେଟରେ ସମସ୍ତ ପର୍ଯ୍ୟଟକଙ୍କ କୋରନା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲଓ୍ଵନ୍ତ ସିଂ। ପର୍ଯ୍ୟଟକଙ୍କ ମଧ୍ୟରେ କରୋନା ଲକ୍ଷଣ ଦେଖା ଗଲେ ତାଙ୍କୁ ସେଠାରୁ ହିଁ ଫେରାଇ ଦିଆଯିବ। ଏଥିପାଇଁ ଜରୁରୀ କାମ ଥିଲେ ହିଁ ପୁରୀ ଆସିବାକୁ ନିବେଦନ କରିଛନ୍ତି ଜିଲ୍ଲାପାଳ

ଓଡ଼ିଶାରେ ଜଣେ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସମସ୍ତ ସଚେତନମୂଳକ ପଦକ୍ଷେପ ନେଉଛନ୍ତି। କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ରାଜ୍ୟର ସମସ୍ତ ସ୍କୁଲ କଲେଜକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କୁ ସଚେତନର ବାର୍ତ୍ତା ଦିଆଯାଉଛି।

ଭାରତରେ ବର୍ତ୍ତମାନ ସୁଦ୍ଧା ୧୧୭ଜଣ କରୋନା ରୋଗୀ ଚିହ୍ନଟ ହୋଇ ସାରିଛନ୍ତି। ସମସ୍ତ କରୋନା ଆକ୍ରାନ୍ତଙ୍କୁ ଆଇସୋଲେସନ ଓ୍ଵାର୍ଡରେ ରଖି ଚିକିତ୍ସା କରାଯାଉଛି।

Comment