ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ସହ ଲଢ଼େଇ କରୁଛି ଓଡ଼ିଶା। କରୋନାକୁ ଦୂରେଇବା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ରାଜ୍ୟ ସରକାର। ସରକାରଙ୍କ ରିପୋର୍ଟ ଅନୁଯାୟୀ ବର୍ତ୍ତମାନସୁଦ୍ଧା ଓଡ଼ିଶାରେ ଜଣେ ମାତ୍ର ଆକ୍ରାନ୍ତଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି।

ଯେଉଁ ବ୍ୟକ୍ତିଙ୍କର ରିପୋର୍ଟ ପଜିଟିଭ୍‌ ଆସିଛି ସେ କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିଥିବା ରାଜ୍ୟ ସରକାରଙ୍କ କରୋନା ମୁଖପାତ୍ର ସୁବ୍ରତ ବାଗ୍‌ଚି କହିଛନ୍ତି।

‘‘ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ମୋଟ ୪୭ ଜଣଙ୍କର ନମୁନା ପରୀକ୍ଷା ହୋଇଥିଲା। ସେଥିମଧ୍ୟରୁ ୪୬ ଜଣଙ୍କ ନମୁନା ନେଗେଟିଭ୍‌ ଆସିଥିଲା। ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିଲା’’, କହିଛନ୍ତି ସୁବ୍ରତ ବାଗ୍‌ଚି।

ଗତକାଲି ୧୨ଟି ନମୁନା ପରୀକ୍ଷା ହୋଇଥିଲା। ସବୁ ରିପୋର୍ଟ ନେଭେଟିଭ୍‌ ଆସିଥିଲା। ଆଜି ୬ଟି ନମୁନା ପରୀକ୍ଷା ହେବାକୁ ଯାଇଛି।

corona-virus-testକ୍ୟାପିଟାଲ ହସ୍ପିଟାଲରେ ଥିବା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସୁଧୁରୁଛି। ସେ ଠିକ୍‌ରେ ଖିଆପିଆ କରୁଛନ୍ତି। ଆଜି ସକାଳେ ସେ ଉପମା, ବିସ୍କୁଟ ଏବଂ ମଟର ତରକାରୀ ଖାଇଥିଲେ। ମଧ୍ୟାହ୍ନଭୋଜନରେ ଭାତ, ଡାଲ୍‌ମା, ମିକ୍ସଭେଜ୍‌ ଏବଂ ଦୁଇ ପଟ ରୁଟି ଖାଇଥିବା ବାଗ୍‌ଚି ସୂଚନା ଦେଇଥିଲେ।

Comment