ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ପାଇଁ ବଡ଼ ପଦକ୍ଷେପ ନେଲେ ମହାରାଷ୍ଟ୍ର ସରକାର। ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ ମହାରାଷ୍ଟ୍ରର ୪ ସହର। ମୁମ୍ଵାଇ, ପୁଣେ, ନାଗପୁର ଓ ପିମ୍ପରି ଜିଲ୍ଲାକୁ ଲକ୍‌ ଡାଉନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। କେବଳ ଜରୁରୀ ସେବା ବ୍ୟତୀତ ସମସ୍ତ ପ୍ରତିଷ୍ଠାନ ବନ୍ଦ ଘୋଷଣା।

ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ ୫୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇ ସାରିଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଏଭଳି ବଡ଼ ପଦକ୍ଷେପ ନେଇଛନ୍ତି।

ସାରା ଦେଶରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ବର୍ତ୍ତମାନ ଦେଶରେ ୨୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ଆଇସୋଲେସରେ ରଖାଯାଇ ଚିକିତ୍ସା କରାଯାଉଛି। ଏହାସହ ଏହାର ମୁକାବିଲା ପାଇଁ ଭାରତ ସରକାର ମଧ୍ୟ ବିଭିନ୍ନ ପଦକ୍ଷେପ ନେଇଛନ୍ତି।

ଲୋକମାନଙ୍କୁ ସରକାର ସଚେତନ ମଧ୍ୟ କରୁଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କାଲି କରୋନା ମୁକାବିଲା ପାଇଁ ଦେଶବାସୀଙ୍କୁ ସମ୍ଵୋଦ୍ଧନ କରିଥିଲେ। ୨୨ ମାର୍ଚ୍ଚରେ ସାମାଜିକ ଦୂରତ୍ଵ ପାଇଁ ଜନତା କର୍ଫ୍ୟୁ ପାଳନ ପାଇଁ ଅପିଲ ମଧ୍ୟ କରିଛନ୍ତି।

Comment