ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଉପଖଣ୍ଡ ଡାକ୍ତରଖାନାରେ ଖୋଲିଲା ଆଇସୋଲେସନ ଓ୍ଵାର୍ଡ। କରୋନା ସନ୍ଦିଗ୍ଧମାନଙ୍କ ପାଇଁ ଏହି ଓ୍ଵାର୍ଡ ଖୋଲାଯାଇଛି। ଏହି ଓ୍ଵାର୍ଡ ୪ ଶଯ୍ୟା ବିଶିଷ୍ଟ ରହିଛି। ଏହି ଅଞ୍ଚଳରେ ଅନେକ ଲୋକ ବିଦେଶରେ କାମକରୁଛନ୍ତି। ଯଦି ଏମାନଙ୍କ ଭିତରୁ କେହି କରୋନା ଆକ୍ରାନ୍ତ ସନ୍ଦେହ କରାଗଲା ତାଙ୍କୁ ଏଠାରେ ଚିକିତ୍ସା ପାଇଁ ବନ୍ଦୋବସ୍ତ କରାଯାଇଛି।

କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଓ ଏହାର ଆଖପାଖ ରାଜନଗର, ଆଳି, ରାଜକନିକା ଅଞ୍ଚଳର ହଜାର ହଜାର ଲୋକେ ବାହାର ଦେଶରେ ରହି କାମ କରୁଛନ୍ତି। ଏମାନେ ବିଭିନ୍ନ ସମୟରେ ନିଜର ଭିଟାମାଟିକୁ ଫେରିଥାନ୍ତି। ହେଲେ ଏବେ କରୋନା ପାଇଁ ଏମାନେ ଏବେ ଅଧିକ ସଂଖ୍ୟାରେ ଘରକୁ ଫେରିବା ଅନୁମାନ କରୁଛି ଜିଲ୍ଲା ପ୍ରଶାସନ। ଏଥିପାଇଁ ପ୍ରଥମେ ଏହି ଅଞ୍ଚଳକୁ ଅଧିକ ଗୁରୁତ୍ୱ ଦେଇଛି ପ୍ରଶାସନ।

ଆଜି ଏହି ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ଵାସ୍ଥ୍ୟକେନ୍ଦ୍ରରେ ୪ ଶଯ୍ୟା ବିଶିଷ୍ଟ କରୋନା ଆଇସୋଲେସନ ଓ୍ଵାର୍ଡ ପ୍ରସ୍ତୁତ କରାଯାଇଛି। କେହି କରୋନା ସନ୍ଦିଗ୍ଧ ଏହି ଓ୍ଵାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇନଥିବା ଉପଖଣ୍ଡ ସ୍ଵାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। କେନ୍ଦ୍ରାପଡା ଜିଲ୍ଲା ସ୍ଵାସ୍ଥ୍ୟକେନ୍ଦ୍ରରେ ମଧ୍ୟ ୪ ଶଯ୍ୟା ବିଶିଷ୍ଟ ଆଇସୋଲେସନ ଓ୍ଵାର୍ଡ ପ୍ରସ୍ତୁତ ହେଉଛି।

Comment