ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯଦି ଆପଣଙ୍କ ପରିବାରରେ ବା ସୋସାଇଟିରେ କାହାର ଥଣ୍ଡା ଜ୍ୱର ସହ କାଶ ଓ ଛିଙ୍କ ହେଉଥାଏ ତେବେ ତାଙ୍କୁ ପ୍ରଥମେ ଅନ୍ୟମାନଙ୍କ ସହ ମିଶିବାରେ ବାରଣ କରନ୍ତୁ। କାଶିବା ବା ଛିଙ୍କିଲା ବେଳେ ମୁହଁରେ ରୁମାଲ ବା କପଡ଼ା ଦିଅନ୍ତୁ। ସେହିଭଳି ହାତ ବା ମୁଠାରେ ନକାଶି  ମୁହଁକୁ କହୁଣି ପାଖକୁ ଆଣି କାଶନ୍ତୁ।

ହାତକୁ ନିୟମିତ ବ୍ୟବଧାନରେ ସାବୁନ୍ ବା ସାନିଟାଇଜରରେ ୨୦ରୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ସଫା କରନ୍ତୁ। ଆଖି, ପାଟି ଓ ମୁହଁରେ ବାରମ୍ବାର ହାତ ଲଗାନ୍ତୁ ନାହିଁ। ଥଣ୍ଡାର ଶିକାର ହୋଇଥିବା ରୋଗୀଙ୍କୁ ଡାକ୍ତରଙ୍କ ପରାମର୍ଶ କରି ଆବଶ୍ୟକ ଔଷଧ ଦିଅନ୍ତୁ। ତେବେ ରୋଗୀଙ୍କଠାରେ ଯଦି ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହୁଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ମନେ ରଖନ୍ତୁ ଡାକ୍ତରଙ୍କ ପାଖକୁ ଯିବାକୁ ପ୍ରଥମେ ଫୋନରେ ପରାମର୍ଶ କରନ୍ତୁ।

Comment