ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵ ସୁଖୀ ରାଷ୍ଟ୍ର ତାଲିକାରେ ୧୪୪ତମ ସ୍ଥାନକୁ ଖସିଲା ଭାରତ। ମିଳିତ ଜାତିସଂଘ ପକ୍ଷରୁ ବିଶ୍ଵ ସୁଖୀ ରାଷ୍ଟ୍ରର ତାଲିକା ପ୍ରକାଶ ପାଇଛି। ପୂର୍ବରୁ ସୁଖୀ ରାଷ୍ଟ୍ର ତାଲିକାରେ ଭାରତ ୧୪୦ତମ ସ୍ଥାନରେ ରହିଥିଲା। ଚଳିତ ବର୍ଷ ୪ଟି ସ୍ଥାନ ଖସି ୧୪୪ରେ ପହଞ୍ଚିଛି। ଏହି ତାଲିକାରେ ପାକିସ୍ତାନ ୬୬ତମ ସ୍ଥାନରେ ରହିଛି।

ମିଳିତ ଜାତିସଂଘ ପକ୍ଷରୁ ୧୫୬ଟି ଦେଶକୁ ନେଇ ସୁଖୀ ରାଷ୍ଟ୍ର ସର୍ଭେ ହୋଇଥିଲା। ଏହି ସର୍ଭେରେ ୨୦୧୮ ଓ ୨୦୧୯ ବର୍ଷରେ ଦେଶରେ ସାମାଜିକ ସମର୍ଥନ ଓ ବ୍ୟକ୍ତିଗତ ସ୍ୱାଧୀନତାକୁ ନେଇ ଲୋକଙ୍କୁ ନିଜ ଦେଶକୁ ସ୍କୋର୍ ଦେବାକୁ କୁହାଯାଇଥିଲା। ଏଥିରେ ଭାରତ ୩.୫୭୩ ପଏଣ୍ଟ ପାଇ ୧୪୪ତମ ସ୍ଥାନକୁ ଖସି ଆସିଛି। ଏହି ତାଲିକାରେ ଫିନ୍‌ଲାଣ୍ଡ୍ ୭.୮୦୯ ପଏଣ୍ଟ ପାଇ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଡେନମାର୍କ ୭.୬୪୬ ପଏଣ୍ଟ ସହ ଦ୍ଵିତୀୟ ତାଲିକାରେ ରହିଛି। ସେହିଭଳି ସ୍ଵିଜରଲାଣ୍ଡ୍ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛି।

ଜନ୍ ହେଲି ଓ୍ଵେଲ ନାମକ ଜଣେ ବିଶିଷ୍ଟ ଲେଖକ ଏହି ରିପୋର୍ଟକୁ ନେଇ କହିଛନ୍ତି ଯେ, ଯେଉଁ ଦେଶରେ ଲୋକେ ପରସ୍ପରକୁ ଅଧିକ ବିଶ୍ଵାସ କରନ୍ତି ବା ନିଜର ଭାବନା ବ୍ୟକ୍ତ କରିବାରେ କୌଣସି ଶଙ୍କା ରଖନ୍ତି ନାହିଁ ସେହି ଦେଶ ସୁଖୀରାଷ୍ଟ୍ର ତାଲିକାରେ ଶୀର୍ଷରେ ରହିଥାଏ।

ତେବେ କରୋନା ଭାଇରସ ସଂକ୍ରମଣ ଯୋଗୁଁ ଅନେକ ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ସେହି ଦେଶମାନଙ୍କୁ ଏହି ତାଲିକା ଅନ୍ତର୍ଭୁକ୍ତ କରାଯାଇନାହିଁ।

1 COMMENT

LEAVE A REPLY

Please enter your comment!
Please enter your name here