ଓଡ଼ିଶାଲାଇଭ୍ ବ୍ୟୁରୋ

ଶନିବାର ମିଳିତ ଜାତିସଂଘର ୭୫ତମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ। କରୋନା ମହାମାରୀ ପାଇଁ ଚଳିତ ବର୍ଷ ଏହାକୁ ଭର୍ଚୁଆଲ ମାଧ୍ୟମରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ନିୟୁ ଓ୍ଵର୍କସ୍ଥିତ ଜାତିସଂଘର ସାଧାରଣ ପରିଷଦ ବୈଠକଗୃହରେ ଏହି ବୈଠକ ସନ୍ଧ୍ୟା ୬.୩୦ରେ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି।

ଏହି ବୈଠକରେ ବିଶ୍ଵର ଅନେକ ରାଷ୍ଟ୍ରମୁଖ୍ୟଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଭର୍ଚୁଆଲ ମାଧ୍ୟମ ଯୋଗେ ନିଜର ଅଭିଭାଷଣ ରଖିବେ। ଏହି ଭାଷଣକୁ ପୂର୍ବରୁ ରେକର୍ଡ କରି ରଖାଯାଇଛି।

ଭାରତ ପକ୍ଷରୁ ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ, କାଶ୍ମୀର ପ୍ରସଙ୍‌ଗ, ସୀମା ବିବାଦ ଆଦି ପ୍ରସଙ୍ଗକୁ ଏହି ବୈଠକରେ ଉପସ୍ଥାପନା କରାଯାଇ ପାରେ। ଏଥିସହିତ କରୋନା ମହାମାରୀର ଏହି ସଂକଟ ସମୟରେ ଅନ୍ୟ ଦେଶମାନଙ୍କୁ ଔଷଧ ଆମଦାନୀ କ୍ଷେତ୍ରରେ ଭାରତର ଭୂମିକାକୁ ମଧ୍ୟ ହାଇଲାଇଟ କରାଯିବା ନେଇ ଅନୁମାନ କରାଯାଉଛି।

Comment