ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। କରୋନା ଭାଇରସ୍‌ ଏବେ ୧୮୮ ଦେଶରେ ପହଞ୍ଚିଛି। ଆକ୍ରାନ୍ତଙ୍କ ସଂଖ୍ୟା ରବିବାର ଦିନ ୩ ଲକ୍ଷ ୮ ହଜାର ୫୬୪ ରହିଥିବା ବେଳେ ଆଜି ତାହା ବଢ଼ିଛି। ସୋମବାର ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୨ ହଜାର ୪୦୭ ଛୁଇଁଛି। ମୃତକଙ୍କ ସଂଖ୍ୟା ୧୪ ହଜାର ୭୬୨ ରହିଥିବା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି ସୂଚନା ଦେଇଛନ୍ତି।

ସେହିପରି ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଭାରତରେ ଗତକାଲି ୩୩୨ ଟପିଥିବା ବେଳେ ଆଜି ତାହା ୪୨୫ ଟପିଛି। ମୃତକଙ୍କ ସଂଖ୍ୟା ୮ ରହିଛି।

ବିଶ୍ୱରେ ଟପ୍‌-୫ ଦେଶ ଭିତରେ ଚୀନ, ଇଟାଲି, ଯୁକ୍ତରାଷ୍ଟ୍ର ଆମେରିକା, ସ୍ପେନ୍‌ ଏବଂ ଜର୍ମାନୀ ରହିଛି। ଚୀନରେ ୮୧ ହଜାର ଆକ୍ରାନ୍ତ ଥିବା ବେଳେ ଇଟାଲିରେ ୫୯ ହଜାର, ଯୁକ୍ତରାଷ୍ଟ୍ର ଆମେରିକାରେ ୩୫ ହଜାର, ସ୍ପେନରେ ୨୯ ହଜାର ଏବଂ ଜର୍ମାନୀରେ ୨୮ ହଜାର ଆକ୍ରାନ୍ତ ଥିବା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି ସୂଚନା ଦେଇଛନ୍ତି।

ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୮୫ଟି କରୋନା ନମୁନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ୨ ଜଣଙ୍କ ଭିତରୁ ଜଣେ କ୍ୟପେିଟାଲ ହସ୍ପିଟାଲ ଏବଂ ଆଉ ଜଣେ ଏମ୍‌ସ ଆଇସୋଲେସନରେ ଅଛନ୍ତି। ଉଭୟ ସୁସ୍ଥ ଅଛନ୍ତି।

Comment