ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଗୋଟିଏ ଫୋନ୍ କଲରେ ଆପଣଙ୍କ ପାଖରେ ପହଞ୍ଚିଯିବ ଖାଦ୍ୟ ପ୍ୟାକେଟ୍। ଲକଡାଉନ୍ ସମୟରେ ଏଣିକି କେନ୍ଦ୍ରାପଡ଼ାବାସୀଙ୍କୁ ଖାଇବା ଖୋଜିବା ପାଇଁ ଆଉ ଏଣେତେଣେ ବୁଲିବାକୁ ପଡ଼ିବ ନାହିଁ। ଲୋକମାନଙ୍କୁ ଖାଇବା ଯୋଗାଇବାକୁ ଏବେ ଚତ୍ମକାର ଉପାୟ ବାହାର କରିଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ।

ଜିଲ୍ଲା ପ୍ରଶାସନ, ପୌର ପ୍ରଶାସନ ଓ ଜିଲ୍ଲା ମିଶନ ଶକ୍ତିର ମିଳିତ ଉଦ୍ୟମରେ ଏହି କାର୍ଯ୍ୟ କରାଯାଉଛି। ଯେଉଁଥିରେ ଲୋକମାନେ ଖାଇବା ପାଇବା ପାଇଁ ୯୨୩୭୪୭୪୮୬୨ ଓ ୯୧୭୮୭୦୯୫୧୭ ଡାଏଲ୍ କରିବେ। ଏହାପରେ କେନ୍ଦ୍ରାପଡ଼ା ପୌରପାଳିକାର ମାଧପୁରଠାରେ ଥିବା ସୁରଭି ମହିଳା ମଣ୍ଡଳର ସଦସ୍ୟାମାନେ ସେମାନଙ୍କର ଫୋନକୁ ଉଠାଇବା ସହ ସେମାନଙ୍କ ପାଖରେ ଖାଦ୍ୟ ପହଞ୍ଚାଇବାର ସମସ୍ତ ସୁବିଧା କରାଇଦେବେ।

ଏହି ଖାଦ୍ୟ ପ୍ୟାକେଟରେ ସେମାନଙ୍କୁ ଶାକାହାରୀ ଭୋଜନ ମିଳିବ। ଏଥିରେ ଖାଇବା ପାଇଁ ଲୋକମାନଙ୍କୁ ଭାତ, ଡାଲମା ଓ ଖଟା ଦିଆଯାଉଛି। ଏହା ବାବଦରେ ଲୋକମାନଙ୍କଠାରୁ କେବଳ ୨୫ ଟଙ୍କା ରଖାଯାଉଛି ବୋଲି ସୂଚନା ରହିଛି।

କରୋନା ପାଇଁ ଏବେ ସାରା ଦେଶ ଲକଡାଉନ୍ ହୋଇ ରହିଛି। ଫଳରେ ହୋଟେଲଠାରୁ ଆରମ୍ଭ କରି ପ୍ରତ୍ୟେକ ଖାଇବା ଦୋକାନ୍ ମଧ୍ୟ ବନ୍ଦ ହୋଇପଡ଼ିଛି। ଫଳରେ ହୋଟେଲ୍ ଉପରେ ନିର୍ଭର କରୁଥିବା ବିଭିନ୍ନ ସରକାରୀ କର୍ମଚାରୀ, ବ୍ୟବସାୟୀମାନେ ଏବେ ଖାଇବା ପାଇଁ ଡହଳବିକଳ ହେଉଥିବା ଦେଖିବାକୁ ମିଳିଛି। ତେଣୁ କେନ୍ଦ୍ରପଡ଼ା ଜିଲ୍ଲା ପ୍ରଶାସନ ଲୋକମାନଙ୍କର ମଙ୍ଗଳ କରିପାରିବ ବୋଲି କୁହାଯାଉଛି।

Comment