ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକ୍‌ଡାଉନ୍‌ ବେଳେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡ଼ିଦେଲେ ଆଉ ସବୁ ଦୋକାନ ବନ୍ଦ ରହିଛି। ଗାଁଠୁ ସହର ସବୁଠି ଖାଁ ଖାଁ ଲାଗି ରହିଛି। ଲୋକେ ଅସୁବିଧା ଭୋଗୁଥିବା ବେଳେ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଟୁଇଟ୍‌ କରି ବଡ଼ ସୂଚନା ଦେଇଛନ୍ତି।

କଟକ ଓ ଭୁବନେଶ୍ୱରରେ ଥିବା ଟାୟାର ମରାମତି ଦୋକାନ ଖୋଲା ରହିବ ବୋଲି କମିସନର କହିଛନ୍ତି। କେବଳ ପେଟ୍ରୋଲ ଟାଙ୍କି ପାଖରେ ଯେଉଁ ଟାୟାର ମରାମତି ଦୋକାନ ଥିବ ସେଗୁଡ଼ିକ ଖୋଲା ରହିବ। ଜରୁରୀ ସେବାରେ ନିୟୋଜିତ କର୍ମଚାରୀଙ୍କୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି।

ଏପଟେ ଜରୁରୀସେବା ଗାଡ଼ିଗୁଡ଼ିକୁ କମିସନରେଟ୍‌ ପୋଲିସ ପକ୍ଷରୁ ପାସ୍‌ ଦିଆଯାଇଥିଲା। ଏହି ପାସ୍‌ର ଅବଧି ୨୯ ତାରିଖ ଯାଏଁ ଥିଲା। ୨୯ ତାରିଖ ଶେଷ ହୋଇଥିବାରୁ କିଛି ଲୋକ ପାସ୍‌ ନବୀକରଣ କରିବାକୁ ଦାବି କରୁଛନ୍ତି।

ହେଲେ ପୋଲିସ କମିସନର ଏନେଇ ଟୁଇଟ୍‌ କରି ସ୍ପଷ୍ଟ କରିଛନ୍ତି ଯେ ଯେଉଁ ପାସ୍‌ ଦିଆଯାଇଛି ତାହା ଏପ୍ରିଲ ୧୫ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏଣୁ ନବୀକରଣ ପାଇଁ କେହି ବାଧ୍ୟ କରନ୍ତୁ ନାହିଁ।

Comment