ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ପାଇଁ ବାପାଙ୍କୁ ଶେର୍ଷ ଦର୍ଶନ କରିପାରିଲେନି ବଲିଉଡ ଅଭିନେତ୍ରୀ ସନା ସଇଦ। କରୋନା ଯୋଗୁଁ ସନା ଏବେ ଆମେରିକାରେ ଫସି ରହିଥବାରୁ ସେ ତାଙ୍କ ବାପା ଅନ୍ତିମ ସଂସ୍କାରରେ ମଧ୍ୟ ସାମିଲ ହୋଇପାରିନାହାନ୍ତି।

ମାର୍ଚ୍ଚ ୨୨ ଜନତା କର୍ଫ୍ୟୁ ଦିନ ସନାଙ୍କ ବାପା ଅବଦୁଲ ଅହଦ ସଇଦଙ୍କର  ମୃତ୍ୟୁ ହୋଇଥିଲା। ଦୀର୍ଘ ଦିନରୁ ସେ ମଧୁମେହ ରୋଗରେ ପୀଡ଼ିତ ଥିଲେ। କର୍ଫ୍ୟୁ ହେତୁ ବହୁତ କମ୍ ଲୋକ ତାଙ୍କ ଅନ୍ତିମ ସଂସ୍କାର ରେ ସାମିଲ ହୋଇଥିଲେ।

ସନା କିଛି ଦିନ ପୂର୍ବରୁ ଆମେରିକା ଯାଇଥିଲେ କିନ୍ତୁ କରୋନା ପାଇଁ ସେ ସେଠାରେ ଏବେ ବି ଅଟକି ରହିଛନ୍ତି।

Comment