ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାରୂପକ ଅନ୍ଧକାରଙ୍କୁ ଆଲୋକର ଉଜ୍ଜଳତା ହିଁ ହରାଇ ପାରିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ରବିବାର ରାତି ୯ଟାରେ ୯ ମିନିଟ୍ ପାଇଁ ଦୀପ ଜଳାଇବାକୁ ଆହ୍ୱାନ କରିଛନ୍ତି।

କରୋନାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ଦେଶବାସୀଙ୍କୁ ବାର୍ତ୍ତା ଦେଇଥିଲେ। ଏହି ଅବସରରେ ସେ କହିଥିଲେ ଯେ, ରବିବାର ଅର୍ଥାତ ଏପ୍ରିଲ ୫ ତାରିଖ ରାତି ୯ଟାରେ ସମସ୍ତ ଦେଶବାସୀ ୯ ମିନିଟ୍ ପାଇଁ ନିଜ ଘରର ଲାଇଟ୍ ବନ୍ଦ ରଖନ୍ତୁ। ଏଥିସହ ଏହି ୯ ମିନିଟ୍ ସେମାନେ ଉଚିତ୍ ସାମାଜିକ ଦୂରତ୍ୱ ରକ୍ଷା କରି ନିଜ ଘରେ କିମ୍ବା ବାଲକୋନିରେ ଦୀପ, ମହମବତୀ, ଟର୍ଚ୍ଚ ଲାଇଟ୍ କିମ୍ବା ମୋବାଇଲ୍ ଲାଇଟ୍ ଜାଳନ୍ତୁ।

ଏହାଦ୍ୱାରା ଦେଶବାସୀଙ୍କ ମଧ୍ୟରେ କରୋନାକୁ ଲଢ଼ିବାର ଏକତା ଦେଖିବାକୁ ମିଳିବ ଏବଂ କରୋନାର ଯୁଦ୍ଧରେ ଭାରତ ବିଜୟୀ ହୋଇପାରିବ ବୋଲି ମୋଦୀ କହିଛନ୍ତି।

ଏଥିସହ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ସାରା ଦେଶ କରୋନା ବିରୋଧରେ ଯୁଦ୍ଧ ଲଢୁଛି। ଏଥିପାଇଁ ଲାଗୁ ହୋଇଥିବା ୨୧  ଦିନର ଲକଡାଉନକୁ ମଧ୍ୟ ଦେଶବାସୀ ପାଳନ କରିଛନ୍ତି। ବର୍ତ୍ତମାନ ଭାରତ ଅନ୍ୟ ଦେଶମାନଙ୍କ ପାଇଁ ଉଦାହରଣ ସାଜିଛି ବୋଲି ମୋଦୀ ତାଙ୍କର ଭାଷଣରେ କହିଛନ୍ତି।

LEAVE A REPLY

Please enter your comment!
Please enter your name here