ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାକୁ ରୋକିବା ପାଇଁ ଦେଶରେ ଯେଉଁ ଯୁଦ୍ଧ ଚାଲିଛି ସେଥିରେ ଯୋଦ୍ଧା ହୋଇଛନ୍ତି ଡାକ୍ତର ଓ ପୋଲିସ୍। କରୋନାରୁ ସୁରକ୍ଷା ପାଇବା ସମସ୍ତେ ଘରେ ଥିଲା ବେଳେ ନିଜ କର୍ତ୍ତବ୍ୟ ପାଳନ ପାଇଁ ଘରୁ ବାହାରୁଛନ୍ତି ଡାକ୍ତର ଓ ପୋଲିସ। ତେବେ କେବଳ ଚାକିରିରେ ନୁହେଁ ନିଜ ଘର ଓ ପରିବାରକୁ ସୁରକ୍ଷା ଦେବା ପାଇଁ ଦାୟିତ୍ୱବାନ ହୋଇଛନ୍ତି ଭୋପାଳ ପୋଲିସର ସିଏସ୍ପି ଲୋକେଶ ସିହ୍ନା।
ଦିନସାରା ବାହାରେ ରହୁଥିବାରୁ କାଳେ ସେ କରୋନା ଭାଇରସ ସଂପର୍କରେ ଆସିଥିବେ ଏବଂ ତାଙ୍କଠାରୁ ତାଙ୍କ ପରିବାର ସଂକ୍ରମିତ ହେବେ ସେଥିପାଇଁ ଦୀର୍ଘ ଦିନରୁ ଗ୍ୟାରେଜରେ ଶୋଉଛନ୍ତି ଲୋକେଶ। ଏହାଦ୍ୱାରେ ସାମାଜିକ ଦୂରତାକୁ ମଧ୍ୟ ପାଳନ କରୁଛନ୍ତି।
ଘଣ୍ଟା ଘଣ୍ଟା ଧରି ଡ୍ୟୁଟି ପରେ ଯେତେବେଳେ ଲୋକେଶ ଘରେ ପହଞ୍ଚନ୍ତି ସେ ସିଧା ଗ୍ୟାରେଜକୁ ଯାଆନ୍ତି । ଗତ ମାର୍ଚ୍ଚ ୨୦ ଠାରୁ ଲୋକେଶ ଏହି ଗ୍ୟାରେଜରେ ରହୁଛନ୍ତି।
ସକାଳ ଜଳିଖିଆଠୁ ଆରମ୍ଭ କରି ରାତ୍ରୀ ଭୋଜନ ଲୋକେଶ ଏହି ଗ୍ୟାରେଜ ନିଜ କାମ କରୁଛନ୍ତି। ପରିବାରଠୁ ଦୂରତା ଅବଲମ୍ବନ କରି ସେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ନିଜେ ସତର୍କ ହେବା ସହ ତାଙ୍କ ପରିବାରକୁ ସୁରକ୍ଷିତ ରଖିଛନ୍ତି।
ଦେଶରେ କରୋନା ଭୂତାଣୁ ବ୍ୟାପି ଚାଲିଛି। ଦେଶରେ ୨୯୦୨ ଜଣ ଆକ୍ରାନ୍ତ ଥିବା ବେଳେ ୬୮ ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ସାରା ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ୧୧ ଲକ୍ଷ ୨୧ ହଜାର ୯୭୩ ଜଣ ସଂକ୍ରମିତ ହୋଇଛନ୍ତି। ଏହି ରୋଗରେ ୫୯ ହଜାର ୪୦୩ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିବା ଜଣାପଡ଼ିଛି।